ବଡରମ୍ପାସ ଓ ହାଟଡିହି ପଞ୍ଚାୟତରେ ବୁଲିଲା ଅର୍ପଣ ରଥ, ଘରେ ଘରେ ପୂଜା ପାଇଲେ ଜଗନ୍ନାଥ

ହାଟଡିହି, (ବିକାଶ ବିଶ୍ୱାଳ ) : ପୁରୀ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଲାଗି ସମଗ୍ର ରାଜ୍ୟରେ ବୁଲୁଥିବା ଅର୍ପଣ ରଥ ପରିକ୍ରମାର ଆଜି ଶେଷ ଦିନରେ ହାଟଡିହି ବ୍ଲକର ବଡରମ୍ପାସ ଓ ହାଟଡିହି ପଞ୍ଚାୟତରେ ପରିକ୍ରମା କରିଛି । ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରଥ ପରିକ୍ରମା କାର୍ଯ୍ୟକ୍ରମ ଅଣାଧୂନୀ ମଠ ଠାରେ ପୂଜାର୍ଚ୍ଚନା କରାଯିବାପରେ ରଥ ବାହାର କରାଯାଇ ହାଟଡିହି, ଅଣା, ଜଳକଳଙ୍ଗ, ଗୋପ, ମଠ କପୁଣ୍ଡି ଆଦି ଗ୍ରାମ ପରିକ୍ରମା କରିଥିଲା । ଏଥିରେ ସରପଞ୍ଚଙ୍କ ସମେତ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମିତିସଭ୍ୟ କୈଳାଶ ରାଉତ, ଯୁବ ସମାଜସେବୀ ଅଭିମନୁ୍ୟ ସେଠୀଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହିତ ଶହଶହ ଗ୍ରାମବାସୀ ସାମିଲ ହୋଇଥିଲେ । ନାମସଙ୍କିର୍ତ୍ତନ ଦଳ ଗୁଡିକ ନାମସଙ୍କିର୍ତ୍ତନ କରି ରଥକୁ ଗ୍ରାମ ପରିକ୍ରମା କରାଇଥିଲେ । ଗ୍ରାମର ମହିଳାମାନେ ନିଜ ନିଜ ଘର ସମ୍ମୁଖକୁ ଲିପାପୋଛା କରି ମୁରୁଜ ପକାଇ ଘର ଆଗରେ କଳାଶ ବସାଇବା ସହିତ ଫୁଲ, ଚନ୍ଦନ, ଧୂପ ଦ୍ୱୀପରେ ବନ୍ଦାପନା କରି ରଥରେ ଅକ୍ଷତ ଓ ଗୁଆ ପ୍ରଦାନ କରିଥିଲେ । ଗ୍ରାମବାସୀଙ୍କ ଭିତରେ ଜଗନ୍ନାଥ ଚେତନା ଜାଗ୍ରତ କରିବା ସହିତ ଏକ ଭାବାବେଗ ସୃଷ୍ଟି ହୋଇଥିଲା । ସେହିପରି ବଡରମ୍ପାସ ପଞ୍ଚାୟତରେ ସରପଞ୍ଚ ରବିନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରଥପରିକ୍ରମା କାର୍ଯ୍ୟକ୍ରମରେ ହଜାର ହଜର ଶ୍ରଦ୍ଧାଳୁ ଭାଗନେଇଥିଲେ । ସଡଙ୍ଗା, ଟୁକୁଣା, ଇଶଳା, ବଡରମ୍ପାସ, ନୂଆରମ୍ପାସ, ବର୍ଦ୍ଧନପୁର ଆଦି ଗ୍ରାମ ପରିକ୍ରମା କରିଥିଲା । ଭଜନ କିର୍ତ୍ତନ କରାଯିବା ସହ ଏସଏସଜି ଗ୍ରାପର ମହିଳାମାନେ ରଥ ସହିତ ଗ୍ରାମ ପରିକ୍ରମା କରୁଥିବାବେଳେ ଶ୍ରଦ୍ଧାଳୁମାନେ ରଥକୁ ବନ୍ଦାପନା କରି ପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଏଥିରେ ସରପଞ୍ଚଙ୍କ ସମେତ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ସମିତିସଭ୍ୟ ବାବନ ଚରଣ ସେଠୀ, ଭଗବାନ ନାୟକ, ବଳରାମ ସାହୁ, ନିରଞ୍ଜନ ସାହୁ, ନାରାୟଣ ବେହେରା, ପାର୍ଥ ସୌରଭ ସା, ଶ୍ରୀଧର ସାହୁ, ସନ୍ତୋଷ କୁମାର ଜେନା, ଦେବେନ୍ଦ୍ର ଜେନା, ପ୍ରଶାନ୍ତ କୁମାର ପାତ୍ର, ପୁର୍ଣ୍ଣଚନ୍ଦ୍ର ରଣା, ରଙ୍ଗାଧର ଦାସ, ଅଜୟ ବଳଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇ ରଥ ପରିକ୍ରମା କାର୍ଯ୍ୟ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ