ବଡରମ୍ପାସ ଗ୍ରାମକୁ ବୀମା ଗ୍ରାମ ଘୋଷଣା
ହାଟଡ଼ିହି, : ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମକୁ ବୀମା ଗ୍ରାମ ଘୋଷଣା କରାଯାଇଛି । ଏଥିଲାଗି ଗ୍ରାମର ସଭାପତି ଲମ୍ବୋଦର ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରତୀୟ ଜୀବନବୀମା ନିଗମର କେନ୍ଦୁଝର ସିଏମ ପଞ୍ଚାନନ ସେଠୀ, ଏବିଏମ ବିପିନି କୁଲଦୀପ ବିଲୁଙ୍ଗ, ଆନନ୍ଦପୁର ବି.ଏମ. ରମାକାନ୍ତ ପାତ୍ର, ଗ୍ରାମର ସମ୍ପାଦକ ସଞ୍ଜୟ କୁମାର ମହାପାତ୍ର, ଏଲ.ଆଇ.ସି ସଭାପତି ସନ୍ତୋଷ କୁମାର ମଲ୍ଲିକ, ଉପଦ୍ଦେଷ୍ଟା ନରସିହଂ ପଣ୍ଡା, ଅନିଲ କୁମାର ନାୟକ, ସରୋଜ କୁମାର ଦାସ, କଳ୍ପତରୁ ସୁତାର, ଶଶିକାନ୍ତ ଜେନା, ସନ୍ତୋଷ କୁମାର ସା, ନାରାୟଣ ଚନ୍ଦ୍ର ଦାସ, ଅଭିମନ୍ୟୁ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବୀମାଭୁକ୍ତ ହେବାଦ୍ୱାରା କି କି ପ୍ରକାର ଉପକାର ମିଳିପାରୁଛି ଓ ପ୍ରଚଳିତ ବିଭିନ୍ନ ବୀମା ସମ୍ପର୍କରେ ଆଲୋକପାତ କରିବା ସହିତ ସମସ୍ତ ଗ୍ରାମବାସୀଙ୍କୁ ବୀମା କରିବା ପାଇଁ ପରାମର୍ଶ ଦେଇଥିଲେ । ୨୦୧୮/୧୯ ବର୍ଷରେ ଏହି ଗ୍ରାମର ୧୨୬ଜଣ ବୀମାଭୁକ୍ତ ହୋଇଥିବାବେଳେ ସେମାନଙ୍କ ଠାରୁ ପ୍ରିମିୟମ ବାବଦକୁ ୭ଲକ୍ଷ ୨୬ହଜାର ଟଙ୍କା ଜମା କରିଥିବାରୁ ବଡରମ୍ପାସ ଗ୍ରାମକୁ ବୀମା ଗ୍ରାମ ବୋଲି ଘୋଷଣା କରିବା ସହିତ ଗାଁକୁ ୫୦ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ମୁଖ୍ୟ ପରିଚାଳକ ପଞ୍ଚାନନ ସେଠୀ ଗ୍ରାମର ସଭାପତି ଓ ସମ୍ପାଦକଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ପୁରସ୍କାର ରାଶିରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଗ୍ରାମରେ ଷ୍ଟ୍ରିଟ ଲାଇଟ ଲଗାଯିବ ବୋଲି ଗ୍ରାମବାସୀମାନେ ସହମତି ଦେଇଥିଲେ ।