ବଡରମ୍ପାସ ପଞ୍ଚାୟତରେ ରେସନ ଚାଉଳ ପାଇଁ ହୋ ହଲ୍ଲା, ବଣ୍ଟନ କେନ୍ଦ୍ର ଘେରିଲେ ହିତାଧିକାରୀ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତରେ ହିତାଧିକାରୀଙ୍କୁ ରେସନ ଚାଉଳ ଦିଆଯାଉ ନଥିବା ପ୍ରତିବାଦରେ ଆଜି ହିତାଧିମକାରୀ ମାନେ ହୋ ହଲ୍ଲା କରିବା ସହିତ ବଣ୍ଟନ କେନ୍ଦ୍ରକୁ ଘେରିଥିଲେ । ଯାହାକୁ ନେଇ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା । ଆଜି ଶହଶହ ଲୋକ ଚାଉଳ ପାଇଁ ବିତରକ କେନ୍ଦ୍ରକୁ ଯାଇଥିବାବେଳେ ଚାଉଳ ନଥିବାରୁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ହିତାଧିକାରୀ ମାନଙ୍କ ଅଭିଯୋଗ ଅନୁଯାଇ କେନ୍ଦ୍ର ସରକାର ସେପ୍ଟମ୍ବର ରୁ ନଭେମ୍ବର ପର୍ଯ୍ୟନ୍ତ ତିନିମାସର ଫ୍ରି ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେଇଥିବାବେଳେ ବଣ୍ଟନ ଦାୟିତ୍ୱରେ ଥିବା ଏସଏସଜି ଗ୍ରୁପ ଠିକ ଭାବେର ତାହାକୁ ବାଣ୍ଟୁ ନାହିଁ । ହିତାଧିକାରୀମାନେ ଚାଉଳ ପାଇଁ ଆସିବା ବେଳକୁ ଚାଉଳ ନଥିବାରୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି କିଛି ହିତାଧିକାରୀ ୫/୬ମାସର ଚାଉଳ ପାଇନଥିବା ଅଭିଯୋଗ କରିଛନ୍ତି । ତାଙ୍କ ରାସନକାର୍ଡକୁ ଡିଲର ରଖିଦେଇ ବାରମ୍ବାର ଚଲାଉଥିବା ଅଭିଯୋଗ କରିଛନ୍ତି । ସେହିପରି ବର୍ଦ୍ଧନପୁର ଗ୍ରାମବାସୀଙ୍କ ଅନଲାଇନ ମାଧ୍ୟମରେ ଚାଉଳ ବଣ୍ଟନର ଟିପ ଓ ଆଖିଛାପ ଆଣି ସାରିଥିଲେ ମଧ୍ୟ ୧୫ଦିନ ହେବ ଆଉ ଚାଉଳ ଦେବାର ନାଁ ଧରୁ ନାର୍ହି ଏହି ଏସଏସଜି ଗ୍ରୁପ । ଗୁହାଳଗଡିଆ ହିତାଧିକାରୀଙ୍କୁ ଆଜି ଚାଉଳ ଦେବାପାଇଁ ଡାକିଦେଇଥିଲେବି ଆବଶ୍ୟକ ପରିମାଣର ଚାଉଳ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରବିନ୍ଦ୍ର କୁମାର ଜେନା, ଅକ୍ଷୟ କୁମାର ଜେନା, ପବିତ୍ର କୁମାର ଜେନା, ପଦ୍ମନାଭ ଜେନା, ଗାଙ୍ଗୁଲି ଜେନା, ସୁଦର୍ଶନ ଜେନା, ନିରାକାର ପରିଡା, ଗୌରହରି ପରିଡା, ପିତାମ୍ବର ଜେନା, ଶଶିଭୁଷଣ ଜେନା, ଦେବକୀ ସାହୁ, ରବିନ୍ଦ୍ର କୁମାର ସାହୁ, ପ୍ରହଲାଦ ଯେନା, ରମେଶ ଚନ୍ଦ୍ର ଜେନା, ଗୋପାଳ ଚନ୍ଦ୍ର ପରିଡା, ଅଙ୍କୁର ଜେନା, ବୁଦ୍ଧିରାମ ସାହୁ, ଦୟାନିଧି ସାହୁ, ଘନଶ୍ୟାମ ସାହୁ, ସନାତନ ସାହୁ, ଚିନ୍ତାମଣି ଜେନା, ଗୌରହରୀ ପରିଡା, ଅଶୋକ କୁମାର ଯେନା, ପିତାମ୍ବର ଯେନା, ଅକ୍ଷୟ କୁମାର ଜେନା, ମକରଧ୍ୱଜ ସାଉ, ରମାକାନ୍ତ ଜେନା, ଦେବନ୍ଦ୍ର ଜେନା, ନରେନ୍ଦ୍ର ଜେନା, ହରିହର ଜେନା, ମାୟାଧର ଖୁଣ୍ଟିଆ, ଭଗବାନ ଖୁଣ୍ଟିଆଙ୍କ ସମେତ ଶହଶହ ହିତାଧିକାରୀ ଚାଉଳ ବଣ୍ଟନକୁ ବନ୍ଦ କରିବା ସହିତ ସମସ୍ତ ହିତାଧିକାରୀଙ୍କୁ ଆଜିର ଦିନରେ ଚାଉଳ ଦିଆଯିବାକୁ ଦାବି କରିଥିଲେ । ଏ ସମ୍ପର୍କରେ ବଣ୍ଟନ ଦାୟିତ୍ୱରେ ଥିବା ବୈତରଣୀ ସ୍ୱାମୀ ବିବେକାନନ୍ଦ ଏସଏସଜି ଗ୍ରୁପର କର୍ମକତ୍ତା ନାରାୟଣ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମକୁ ଏହି ପଞ୍ଚାୟତର ବଣ୍ଟନ ଦାୟିତ୍ୱ ଦିଆଯାଇଥିବାବେଳେ ଚାଉଳ ଯୋଗାଉଥିବା ସପ୍ଲାୟର ଠିକ ସମୟରେ ଚାଉଳ ଦେଉ ନାହିଁ । ଯାହାଦ୍ୱାରା କି ବଣ୍ଟନରେ ଅସୁବିଧା ଦେଖା ଦେଉଛି । ଏହି ରିଟେଲର ସେଣ୍ଟର ପାଇଁ ୨୨୫କୁଇଣ୍ଟାଲ ଚାଉଳ ଦେବାକୁ ଥିବାବେଳେ ମାତ୍ର ୧୫୦କୁଇଣ୍ଟାଲ ଚାଉଳ ଦେଉଛନ୍ତି ତେଣୁ ବଣ୍ଟନରେ ଅସୁବିଧା ହେଉଛି ବୋଲି କହିଛନ୍ତି । ଅନ୍ୟପକ୍ଷେରେ ଚାଉଳ ସପ୍ଲାୟର ଙ୍କୁ ପଚାରିବାରେ ସେ ସମସ୍ତ ଚାଉଳ ଉକ୍ତ ପଞ୍ଚାୟତ ପାଇଁ ଯୋଗାଇ ଦେଇଛନ୍ତି ବୋଲି କହିଛନ୍ତି । ଏ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ଆଜି ଆମ ଦୃଷ୍ଟିକୁ ଆସିଛି । ତୁରନ୍ତ ଏହାର ସମାଧାନ କରି ଠିକ ଭାବରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ