ବଡରମ୍ପାସ ରାଜସ୍ୱ ବିଭାଗ କାର୍ଯ୍ୟାଳୟରେ ତ୍ରୀରଙ୍ଗା ପତାକାକୁ ଅସମ୍ମାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡ ରମ୍ପାସ ପଞ୍ଚାୟତରେ ତ୍ରୀରଙ୍ଗା ପତାକାକୁ ଅସମ୍ମାନ କରାଯାଉଥିବା ନେଇ ଅଭିଯୋଗ ହେଉଛି । ରାଜସ୍ୱ କାର୍ଯ୍ୟାଳୟର ଛାତ ଉପରେ ଏକ ତ୍ରୀରଙ୍ଗା ପତାକା ଲଗାଯାଇ ଥିବାବେଳେ ତାହା ବହୁ ପୁରୁଣା ହୋଇ ରଙ୍ଗ ଲିଭି ଯାଇଥିବାବେଳେ ତାହା ମଧ୍ୟ ଛିଣ୍ଡି ଯାଇଛି । ଫଳରେ ଏକ ଚିରା ପତାକାକୁ ଲଗାଇ ସମାଜକୁ କଣ ଶିକ୍ଷା ଦେଉଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି କାର୍ଯ୍ୟାଳୟରେ ଦୁଇଟି ରାଜସ୍ୱ ସର୍କଲର ଅଫିସ ଚାଳୁଥିବାବେଳେ ଦୁଇଜଣ ରାଜସ୍ୱ ନିରୀକ୍ଷକ ମଧ୍ୟ ଅଛନ୍ତି । କିନ୍ତୁ କେହିବି ଏଥିପ୍ରତି ଦୃଷ୍ଟି ଦେଉ ନଥିବା କିଛି ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସ୍ୱାଧିନତାର ୭୫ତମ ଅମୃତ ମହୋତ୍ସମ ଅବସରରେ ସରପଞ୍ଚ ଏହାକୁ ଟାଙ୍ଗିଥିଲେ, ତେଣୁ ଆମେ ଖୋଲିନୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ