ବଡରମ୍ପାସ ସମବାୟ ସମିତିର କାର୍ଯ୍ୟଭାର ଗ୍ରହଣ କଲେ ନିରଞ୍ଜନ ସାହୁ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଡରମ୍ପାସ ସେବା ସମବାୟ ସମିତିର ସଭାପତି ଭାବେ ନିରଞ୍ଜନ ସାହୁ ଆଜି କାର୍ଯ୍ରଭାର ଗ୍ରହଣ କରିଛନ୍ତି । ଏଥିଲାଗି ସମବାୟ ସମିତିର ସଭାଗୃହ ଠାରେ ସମ୍ପାଦକ ନେବାଶିଷ ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ବୈଠକରେ ନବ ନିର୍ବାଚିତ ସଭାପତି ନିରଞ୍ଜନ ସାଙ୍କୁ ସ୍ୱାଗତ କରାଯିବା ସହିତ କାର୍ଯ୍ୟଭାର ଦିଆଯାିଥିଳା । ଏହି ଅବସରରେ ସମସ୍ତ ନିଦେ୍ର୍ଦଶକ ମାନଙ୍କୁ ମଧ୍ୟ ସମିତି ପକ୍ଷରୁ ପୁଷ୍ପଗୁଚ୍ଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା । ପରେ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହେବା ସହ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିପରି ଚାଷୀ ମାନଙ୍କୁ ସହଜରେ କୃଷି ଋଣ, ସାର ଓ କୀଟନାଶକ ଯୋଗାଇ ଦିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଏଥିରେ ପୁର୍ଣ୍ଣଚନ୍ଦ୍ର ନାୟକ, ସନ୍ତୋଷ କୁମାର ଜେନା, ଅରବିନ୍ଦ ଜେନା, ସୁଶାନ୍ତ ସେନାପତି, ସରୋଜିନୀ ସ୍ୱାଇଁ, ହେମନ୍ତ ପେରେଇ, ସଞ୍ଜୟ କୁମାର ସାହୁ, କୃଷ୍ଣଚନ୍ଦ୍ର ଦାସ, କାଳନ୍ଦି ଚରଣ ସାହୁ, ହେମନ୍ତ ସାମଲ, ନାରାୟଣ ଚନ୍ଦ୍ର ବେହେରା, ସତ୍ୟଭୂଷଣ ସାହୁ, ଲକ୍ଷ୍ମୀଧର ସାହୁ, ଅନୁପମା ଦଳ ପ୍ରମୁଖ ସମିତିର ନିଦେ୍ର୍ଦଶକ ମାନେ ଉପସ୍ଥିତ ଥିଲେ ।


