ବଡରମ୍ପାସ ସମବାୟ ସମିତି ନିର୍ବାଚନରେ ୮ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦି
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ଥିବା ବଡରମ୍ପାସ ସେବା ସମବାୟ ସମିତିର ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରାଯାଇଛି । ନିର୍ବାଚନ ଅଧିକାରୀ କୈଳାଶ ନାୟକ ଓ ସମ୍ପାଦକ ଦେବାଶିଷ ଧଳଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ ହୋଇଥିଲା । ମୋଟ୧୫ଟି ଜୋନର ନିର୍ଦ୍ଦେଶକ ପାଇଁ ଆଜି ୨୩ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୮ଟି ଜୋନରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାରୁ ୧୧ନଂ ଜୋନର ହେମନ୍ତ ସାମଲ, ୬ନଂ ଜୋନର ସରୋଜିନୀ ସ୍ୱାଇଁ, ୯ନଂ ଜୋନର କୃଷ୍ଣଚନ୍ଦ୍ର ଦାସ, ୧ନଂ ଜୋନର ପୁର୍ଣ୍ଣ ଚନ୍ଦ୍ର ନାୟକ, ୧୦ନଂ ଜୋନରେ କାଳନ୍ଦୀ ଚରଣ ସାହୁ, ୧୪ନଂ ଜୋନରେ ଲକ୍ଷ୍ମୀଧର ସାହୁ, ୨ନଂ ଜୋନରେ ନିରଞ୍ଜନ ସାହୁ, ୧୩ନଂ ଜୋନରେ ସତ୍ୟ ଭୂଷଣ ସାହୁ ପ୍ରମୁଖ ୮ଜଣ ନିର୍ଦ୍ଦେଶକ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବା ସୁନିଶ୍ଚିତ ହୋଇଛି । ଆଜି ନାମାଭ୍କନପତ୍ର ଦାଖଲ ବେଳେ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ବଳରାମ ସାହୁଙ୍କ ସମେତ ଅନେକ ଚାଷୀ ଓ ସମର୍ଥକ ପ୍ରସ୍ଥାବକ ମାନେ ଉପସ୍ଥିତ ଥିଲେ ।