ବଡରମ୍ପାସ ସରପଞ୍ଚ କାବେରୀ ସାହୁ ସମ୍ବର୍ଦ୍ଧିତ

ହାଟଡିହି, ,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ହାଯଡିହି ବ୍ଲକ ବଡ ରମ୍ପାସ ପଞ୍ଚାୟତକୁ ସୁସ୍ଥତା ଓ ସ୍ୱଚ୍ଛତା ପାଇଁ ସରପଞ୍ଚ କାବେରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପାଳ ଆଶିଷ ଠାକରେ, ଏସପି ମିତ୍ରଭାନୁ ମହାପାତ୍ରଙ୍କ ଉପସ୍ଥିତ ରହି ସରପଞ୍ଚ ଶ୍ରୀମତୀ ସାହୁଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକର ଏକମାତ୍ର ପଞ୍ଚାୟତ ଭାବେ ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଛି । ତାଙ୍କ ପଞ୍ଚାତକୁ ପୁରସ୍କୃତ କରାଯାଇଥିବାରୁ ସରପଞ୍ଚ କାବେରୀ ସାହୁ ଏଥିଲାଗି ଜିଲ୍ଲାପାଳ, ଏସପି ଓ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ