ବଡରମ୍ପାସ ୟୁପି ସ୍କୁଲ କମିଟି ସଭାପତି ଚୟନକୁ ନେଇ ବିବାଦ, ପୁନର୍ବାର ହେଲା ସଭାପତି ଚୟନ
ହାଟଡ଼ିହି, : ବଡରମ୍ପାସ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ନିର୍ବାଚନକୁ ନେଇ ବିବାଦ ଦେଖା ଦେଇଛି । ଗତ ୨୩ତାରିଖ ଦିନ ହୋଇଥିବା ନିର୍ବାଚନରେ ଜୟନ୍ତ କୁମାର ସ୍ୱାଇଁ ଧର୍ମଗୁଳାରେ ବିଜୟୀ ହୋଇଥିଲେ । ଏହାକୁନେଇ ପରାଜିତ ପ୍ରାର୍ଥୀ ଭୀମସେନ ପେରେଇ ବିଇଓଙ୍କ ନିକଟରେ ସଭାପତି ଚୟନ ଠିକ ଭାବେ ହୋଇନଥିବା ଅଭିଯୋଗ କରିବାପରେ ଆଜି ବିଇଓ ଉକ୍ତ ବିଦ୍ୟାଳୟକୁ ଯାଇ ପଚରା ଉଚୁରା କରିବାରୁ କୌଣସି ସଦସ୍ୟ ୨୩ତାରିଖ ସଭାପତି ଚୟନ ବାବଦରେ ମୁହଁ ଖୋଲି ନଥିଲେ । ଫଳରେ ବିଇଓଙ୍କ ଉପସ୍ଥିତିରେ ପୁନର୍ବାର ମତଦାନ କରାଯାଇଥିଲା । ଏହି ସଭାପତି ପଦପାଇଁ ଭୀମସେନ ପେରେଇ ଓ ଜୟନ୍ତ ମହାନ୍ତି ନାମକ ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବାବେଳେ ଭୀମସେନ ୭ଜଣ ସଦସ୍ୟଙ୍କ ସମର୍ଥନ ପାଇଥିବାବେଳେ ଜୟନ୍ତ ୫ଜଣ ସଦସ୍ୟଙ୍କ ସମର୍ଥନ ପାଇଥିଲେ । ଫଳରେ ଭୀମସେନ ସଭାପତି ଭାବେ ମନୋନୀତ ହୋଇଥିବା ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନା କହିଛନ୍ତି । ଆଜିର ଏହି ସଭାପତି ଚୟନ ବୈଠକରେ ବିଇଓଙ୍କ ସମେତ ଏବିଇଓ ସୁରେଶ ଜେନା, ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନାଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।


