ବଡ଼କୋଦଣ୍ଡା ରେ କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ ଉଦଘାଟନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡ଼କୋଦଣ୍ଡା ପଞ୍ଚାୟତ ରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଭବନକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି। ଏହି କଲ୍ୟାଣ ମଣ୍ଡପ ଅଞ୍ଚଳର ଜନସାଧାରଣ ଙ୍କ ବିଭିନ୍ନ ସାମାଜିକ କାଯ୍ୟରେ ସହାୟକ ହେବା ସହ ମିଶନ ଶକ୍ତି ଭବନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସ୍ବାବଲବୀ କରିବା ରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ। କାଯ୍ୟକ୍ରମ ରେ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର, ସିଡ଼ିପିଓ ବିଷ୍ଣୁ ପ୍ରିୟା ସେଠୀ, ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ,ସାଂସଦ ପ୍ରତିନିଧି ଦିବାକର ନାୟକ,ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ,ସମିତି ସଭ୍ୟ ମନୋଜ କୁମାର ପୃଷ୍ଟି,ଶୂଳପାଣି ଶତପଥୀ,ପ୍ରଶାନ୍ତ ରାଉଳ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


