ବଡ଼ଖୁଆ ଠାରେ ସାଇକେଲ ରୁ ପଡ଼ି ହାବିଲଦାରଙ୍କ ମୃତ୍ୟୁ
ବାଲେଶ୍ଵର, (ସରୋଜ ପଣ୍ଡା):ଆଜି ସନ୍ଧ୍ୟାରେ ଟାଉନ ଥାନା ଅନ୍ତର୍ଗତ ବଡଖୁଆ ଠାରେ ସାଇକେଲ ରୁ ପଡ଼ି ପୋଲିସ ବିଭାଗର ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି।ମୃତ ହାବିଲଦାର ହେଲେ ଚାନ୍ଦିପୁର ଥାନା ଗବଗାଁ ଅଞ୍ଚଳର ସ୍ବର୍ଗତ ଖଗା ଦାସଙ୍କ ପୁଅ ତଥା ଜିଲ୍ଲା ପୋଲିସ ବିଭାଗର ହାବିଲଦାର ପାଗୁଲୁ ଦାସ(୫୨)ସନ୍ଧ୍ୟାରେ ତାଙ୍କର ସାଇକେଲ ନେଇ ଘରୁ ବାହାରି ଥିଲେ ଅଫିସକୁ।ରାସ୍ତାରେ ଟାଉନ ଥାନା ବଡଖୁଆ ଠାରେ ଭାରସାମ୍ୟ ହରାଇ ନାଳକୁ ପଡ଼ି ଯାଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।