ବଡ଼ଗାଁରେ ଶୀତ ଦିନରେ ମଧ୍ୟ ପିଇଁବା ପାଣି ସମସ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ବଡ଼ଗାଁରେ ସ୍ୱାଧୀନତା ଦୀର୍ଘ ବର୍ଷ ପରେ ସୁଦ୍ଧା ଗ୍ରାମବାସୀଙ୍କୁ ମିଳିନି ମୌଳିକ ସୁବିଧା. ବର୍ଷ ବର୍ଷ ଧରି ବାଡ଼ିଗାଁ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେବା ସହ ବହୁ ଦୁଃଖ କଷ୍ଟ ଭୋଗ କରି ଆସୁଛନ୍ତି. ବର୍ତ୍ତମାନର ଶୀତ ଦିନରେ ଗଜପତି ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଓ ବନ ପାହାଡ଼ ଘେରା ଏହି ବଡ଼ଗାଁରେ ପ୍ରବଳ ଶୀତ ଅନୁଭୂତ ହେଉଛି. ଲୋକେ ସନ୍ଧ୍ୟା ପୂର୍ବରୁ ଶୀତର ପ୍ରକୋପରେ ଘରୁ ବାହାରି ପାରୁନାହାନ୍ତି. ତଥାପି ଏଭଳି ଶୀତ ଦିନରେ ମଧ୍ୟ ବାଡ଼ି ଗାଁ ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଛି. ବଡ଼ଗାଁ ଗ୍ରାମର ମହିଳାମାନେ ପ୍ରବଳ ଶୀତ ଅନୁଭୂତ ହେଉଥିଲେ ସୁଦ୍ଧା ହାଣ୍ଡିଏ ପାଣି ପାଇଁ ବଣ ପାହାଡ଼ ଘେରା ଅଞ୍ଚଳରେ 2 କିମିରୁ ଅଧିକ ରାସ୍ତା ପାଦ ଚଲାରେ ଯାଇ ପିଇବା ପାଣି ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଗଜପତିର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଯୋଗାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅଟକଳରେ ନିର୍ମିତ କରାଯାଉଛି ଜଳଯୋଗାଣ ପ୍ରକଳ୍ପ l ହେଲେ ଯୋଜନା ସଠିକ କାର୍ଯ୍ୟକାରୀ ନ ହୋଇପାରୁଥିବାରୁ ଲୋକେ ବର୍ଷ ବର୍ଷ ଧରି ପାଣି ପାଇଁ କରୁଛନ୍ତି ସଙ୍ଘର୍ଷ l ଏଠି ହାଣ୍ଡିଏ ପାଣି ପାଇଁ ଲାଗୁଛି ଲମ୍ବା ଧାଡି ଳ ସକାଳୁ ହେଲେ ଏଠି ଲୋକଙ୍କୁ ଘରେ ପାଣି ଚିନ୍ତା l ହାତରେ ହାଣ୍ଡି, ଡେକେଚି ଧରି ଗାଁ ରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଘାଟି ପାହାଡିଆ ପଥୁରିଆ ରାସ୍ତା ତଳେ ଥିବା ଏକ ନାଳରୁ ପାଣି ସଂଗ୍ରହ କରିବାକୁ ବାହାରି ପଡନ୍ତି ମହିଳା l ଗାଁରେ ଆଇଟିଡିଏ ତରଫରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ସତ, ହେଲେ ଧର୍ମକୁ ଆଖିଠାର ଦେଲାଭଳି ସେହି ପାଇପରେ ପାଣି ଆସୁଛି ଅତି କମ l ଯାହାକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ଭର୍ତ୍ତି ହୁଏ ହାଣ୍ଡିଏ ପାଣି ଳ ଗଜପତି ଜିଲ୍ଲା ବଡ଼ଗାଁ ରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ l ସ୍ୱାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଆଜି ବି ଏମାନେ ଜଳ କଷ୍ଟ ଭୋଗୁଛନ୍ତି l ବର୍ଷା ଓ ଶୀତ ଦିନ ମାନଙ୍କରେ ବି ଜଳ କଷ୍ଟ ଭୋଗୁଥିବା ବେଳେ ଖରା ଦିନ ଆସିଲେ ଏମାନଙ୍କ କଥା ସରିଲା l ଭାଗ୍ୟକୁ ଆଦରି ବଞ୍ଚିଛନ୍ତି ଏହି ବଡଗାଁ ଗ୍ରାମବାସୀ l ସରକାର ପ୍ରତ୍ୟକ ଗ୍ରାମାଞ୍ଚଳର ଲୋକ ଯେପରି ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ସୁବିଧା ପାଇପାରିବେ ସେଥିଲାଗି ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ପ୍ରଶାସନିକ ବାବୁ ମାନଙ୍କ ଖାମଖିଆଲି ନିତି ଯୋଗୁଁ ଆଜି ଏ ଯୋଜନା ଲୋକଙ୍କ ପାଖରେ ପହଂଚିବା ସାତ ସପନ ସଦୃଶ lଦେଖନ୍ତୁ ଏହି ଚିତ୍ରକୁ ଭଲ ଭାବରେ କିପରି ମହିଳାମାନେ ପାହାଡ଼ ଚଢି ପାଣି ଆଣୁଛନ୍ତି l ହଁ ଆଜ୍ଞା ଆପଣ ବି ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଆଉ ଭାବିବେ ଆଜିର ଏଇ ଡିଜିଟାଲ ଯୁଗରେ ବି ଲୋକେ ଏମିତି ଦୟନୀୟ ଅବସ୍ଥାରେ କାଳାତିପାତି କରୁଛନ୍ତି l ଗୋଟିଏ ପଟେ ଗ୍ରାମବାସୀ ପିଇବା ପାଣି ପାଇଁ ବର୍ଷସାରା ହଇରାଣ ହରକତ ହେଉଥିବାବେଳେ ଅନ୍ୟପଟେ ପାହାଡ଼ ଓ ଜଙ୍ଗଲ ଘେରା ମଧ୍ୟରେ ବଡ଼ଗାଁ ରହିଥିବା ହେତୁ ବନ୍ୟ ହିଂସ୍ର ଜନ୍ତୁଙ୍କ ଆତଙ୍କ ନେଇ ସ୍ତ୍ରୀ ଲୋକମାନେ ପାଣି ପାଇଁ ଯିବା ସମୟରେ ପରିବାରର ପୁରୁଷ ମାନେ ହାତରେ ଠେଙ୍ଗାବାଡି ଧରି ତାଙ୍କୁ ସୁରକ୍ଷା ଦେଇଥାନ୍ତି ଳ ଅନ୍ୟପଟେ ଏହି ବଡ଼ଗାଁରେ ବର୍ଷ ବର୍ଷ ଧରି ଜଳ ସଙ୍କଟ ହେଉଥିବା ଯୋଗୁଁ ପଞ୍ଚାୟତ , ବ୍ଲକ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କୁ ଅନେକ ଥର ଗୁହାରି କରିଥିଲେ ମଧ୍ୟ କେହି ଏ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସେପଟେ ବଡ଼ଗାଁ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ତା ନ କଲେ ଆଗାମୀ ଦିନରେ ରା.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅନିଦ୍ଦିଷ୍ଟ କାଳ ଯାଏଁ ଧାରଣା ଦେବୁ ବୋଲି କହିଛନ୍ତି ଗ୍ରାମବାସୀ l ରା.ଉଦୟଗିରି ବିଡ଼ିଓ ଲରେମନ ଖରସେଲଙ୍କୁ ଏ ସଂକ୍ରାନ୍ତରେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ପଚାରିବାରୁ କହିଛନ୍ତି ମୁଁ ସେ ଗ୍ରାମ ପରିଦର୍ଶନ କରିବି. ପିଇବା ପାଣିର କଣ ସମସ୍ୟା ରହିଛି ତାହାର ଅନୁଧ୍ୟାନ କରିବା ସହ ସମାଧାନ ଦିଗରେ ଚେଷ୍ଟା କରିବି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ