ବଡ଼ଦିନ ପାଇଁ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ ପାଇଁ ବିଭିନ୍ନ ଗିର୍ଜା ଗୃହ ମାନଙ୍କରେ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ବାଲିଗୁଡ଼ା ପୋଲିସ୍ ପକ୍ଷରୁ ବାଲିଗୁଡ଼ା ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ ଦୃଷ୍ଟିରେ ରଖି ବାଲିଗୁଡ଼ାରେ ୪ ପ୍ଲାଟୁନ ଓ ବାରଖମାରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜଣେ ଅତିରିକ୍ତ ଏସପି, ବାଲିଗୁଡ଼ା ଏସଡିପିଓ, ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସହ ଚାରିଜଣ ଅଫିସର ନିୟୋଜିତ ଓ ମୁତୟନ କରାଯାଇଛି । ଆବଶ୍ୟକ ସ୍ଥଳେ ଅଧିକ ଫୋର୍ସ ଜିଲ୍ଲା ମୁଖ୍ୟାଳୟରୁ ମଗାଯିବ ଏବଂ ଶାନ୍ତି ଶୃଙ୍ଖଳା ସହ ବଡ଼ଦିନ କିଭଳି ପାଳନ କରାଯିବ ସେନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ। ଅନ୍ୟପଟେ ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ନାକା କରାଯିବା ସହ ଗାଡ଼ିମଟର ଯାଞ୍ଚ୍ କଡ଼ାକଡ଼ି କରାଯାଇଛି ଏବଂ ସମସ୍ତ ପ୍ରକାର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖିଛି ବୋଲି ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ