ବଡ଼ନଦୀରେ ବୁଡ଼ିଯାଇ ମହିଳା ମୃତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଶୁକ୍ରବାର ସକାଳେ ୭ ଘଣ୍ଟ ସମୟରେ ବଡ଼ ନଦୀରେ ବୁଡ଼ିଯାଇ ସାନ ଦୋଡ଼ଙ୍ଗା ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଶାସନ ପଞ୍ଚାୟତ ସାନ ଦୋଡ଼ଙ୍ଗା ଗ୍ରାମର ସ୍ଵର୍ଗତ ଅଭିମନ୍ୟୁ ରାଉତଙ୍କ ସ୍ତ୍ରୀ ଅମି ରାଉତ(୫୬)ସକାଳ ୭ ଘଣ୍ଟା ସମୟରେ ଗାଁ ନିକଟରେ ଥିବା ବଡ଼ନଦୀକୁ ସବୁଦିନ ପରି ଗାଧୋଇବାକୁ ଯାଇ ଆଉ ଫେରିନଥିଲେ l ଗ୍ରାମବସୀ ନଦୀ ତୁଠରେ ଅମି ଲୁଗାପଟା ଦେଖି ଅମିକୁ ଖୋଜାଖୋଜିଥିଲେ l ଅମି ନମିଳିବା ଯୋଗୁଁ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ଆସି ସକାଳ ୧୦ ଘଣ୍ଟା ସମୟରେ ଅମିର ମୃତଦେହ ବଡ଼ନଦିରୁ ଉଦ୍ଧାର କରିଥିଲେ I ଅମିଙ୍କର କେହି ପୁଅଝିଅ ନଥିବା ବେଳେ ଅମିଙ୍କ ମୃତ୍ୟୁ ଖବର ପାଇ ଅମିଙ୍କ ପୁତୁରା ପ୍ରକାଶ, ରମେଶ, ଶରତ, ସୁଶାନ୍ତ ପ୍ରମୁଖ ଆସି ଗ୍ରାମରେ ପହଞ୍ଚି ଥିଲେ I ଖବର ପାଇ ଶାସନ ସରପଞ୍ଚ ସରପଞ୍ଚ ଭଂଜନୀ ନାଇକ, ସମିତି ସଭ୍ୟ ପିନାକୀନୀ ବିଷୋୟୀ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ବିଷୋୟୀ, ସମାଜସେବୀ ଅଶୋକ ପରିଡ଼ା ପ୍ରମୁଖ ପହଞ୍ଚି ଅମିଙ୍କ ଅନ୍ତିମ କାର୍ଯ୍ୟ ପାଇଁ ୨୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ l ମୃତ ବ୍ୟକ୍ତିଙ୍କ ପରିବାରକୁ ଆବଶ୍ୟକୀୟ ସହଯୋଗ ପାଇଁ ଗ୍ରାମବାସୀ ଦାବୀ କରିଥିଲେ l ଘଟଣା ନେଇ ଅମିଙ୍କ ପୁତୁରା ପ୍ରକାଶଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର ଥାନାରେ ୨୨/୨୨,ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ