ବଡ଼ପଡ଼ିଆ ଠାରେ ଭାଗବତ ଗାଦି ଦୋଳ ମେଳଣ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ର ବଡ଼ ପଡ଼ିଆ ଠାରେ ବାବା ବାସୁଦେବ ଗାଦି ଦୋଳ ମେଳଣ ଯଥାବିଧି ଅନୁଷ୍ଠିତ ହୋଇଯାଇଛି।ତୁଳସୀପୁର ସାନ ଭୋଇ ସାହି ଗ୍ରାମବାସୀମାନେ ଆଜି ପ୍ରାତଃ ରୁ ଏକ ସୁସଜ୍ଜିତ ବିମାନ ନେଇ ଯାଇ ପହଂଚିଥିଲେ ଅମରେଶ୍ୱର ଗଡ ଭୋଇସାହି ଠାରେ।ସେଠାରେ ପୂଜା ପାଇ ଆସୁଥିବା ବାବା ବାସୁଦେବ ଗାଦି ଙ୍କୁ ବିମାନ ରେ ବସାଇ ଗାଁ ଗାଁ ଭୋଗ ଖୁଆଇ ବାଜା ବଜାଇ ରୋଷଣୀ କରି ଏକ ବିରାଟ ଶୋଭାଯାତ୍ରା ରେ ବଜାର ପରିକ୍ରମା କରାଇ ଆସି ବଡ଼ପଡ଼ିଆ ସ୍ଥିତ ଦୋଳମଣ୍ଡପ ରେ ବସାଇଥିଲେ।ସେଠାରେ ଆତସବାଜି ପ୍ରଦର୍ଶନ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ ଠାକୁର ଙ୍କୁ ପୁଣି ଗାଁ ଗାଁ ଭୋଗ ଖୁଆଇ ନେଇ ଗ୍ରାମ ବାସୀ ମାନେ ନିଜ ସ୍ୱ ମନ୍ଦିର ରେ ଛାଡି ଦେଇ ଆସିବେ। ସୁରେନ୍ଦ୍ର ଭୋଇ, ଗଗନ ଭୋଇ, ଘୁର ଭୋଇ, ବେଣୁଧର ଭୋଇ, ଅଭିନ ଭୋଇ, କୈଳାଶ ଭୋଇ ପ୍ରମୁଖ ଙ୍କ ନେତୃତ୍ୱ ରେ ଠାକୁର ଙ୍କ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।


