ବଡ଼ବଜାର ବ୍ୟବସାୟି ମହାସଂଘ ର ପ୍ରଥମ ଅଧିବେସନ

ଛତ୍ରପୁର, (ଦେବଦତ୍ତ ମହାରଣା) : ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବଡ଼ ବଜାର ବ୍ୟବସାୟୀ ମହାସଙ୍ଘର ପ୍ରଥମ ଅଧିବେସନ ସଙ୍ଘ ର ସଭାପତି ସଂଜିତ ରାଉଳଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ଏହି ଅଧିବେଶନରେ ସହରର କୋର୍ଟ ଷ୍ଟେସନ ଗଳାଶଙ୍ଖ ମଧ୍ୟରେ ଥିବା ଦୋକାନୀ ମାଲିକ ମାନଙ୍କୁ ଯୋଡ଼ା ଯାଇଥିଲା, ଏହା ସହ ପୂର୍ବରୁ ପାଳନ କରାଯାଉଥିବା ଦୁର୍ଗାପୂଜା କୁ ପୁଣି ଚଳିତ ବର୍ଷ ଠାରୁ ଆରମ୍ଭ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା, ଏହି ଅବସରରେ ସଙ୍ଘର ପୁରାତନ ସଭ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା, ବଡ଼ ବଜାର ଠାରେ ମୁଖ୍ୟ ସମସ୍ୟା ପାଲଟିଥିବା ଟ୍ରାଫିକ ସମସ୍ୟା କିପରି ରୋକାଯାଇପାରିବ ସେ ଦିଗରେ ସମସ୍ତଙ୍କ ସହ ଆଲୋଚନା କରାଯାଇଥିଲା, ଏହି ଅଧିବେଶନରେ ସଙ୍ଘର ପୂର୍ବତନ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସେନାପତି, କୋଷାଧ୍ୟକ୍ଷ କେ. ରମେଶ ରାଓ, ଉପ ସଭାପତି ମୁରଲୀ ମୋହନ ରାଓ, କବିରାଜ ଗୌଡ଼ଙ୍କ ସମେତ ବହୁ ବ୍ୟବସାୟୀ ଓ ସଂଘର କର୍ମକର୍ତା ମାନେ ଉପସ୍ଥିତ ଥିଲେ, ଶେଷରେ ସଙ୍ଘର କାର୍ଯ୍ୟକାରୀ ସଦସ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ