ବଡ଼ବାପାଙ୍କ ଦଶାହରେ ଚାଲିଗଲା ପୁତୁରା ଜୀବନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବଡ଼ବାପାଙ୍କ ଦଶାହରେ ଚାଲିଗଲା ପୁତୁରା ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ବ୍ଳକ ଅଧିନ ଛଘରିଆ ଗ୍ରାମରେ । ଖବର ଅନୁଯାୟୀ ଚଳିତମାସ ଏକ ତାରିଖରେ ବଡବାପା ଅବସରପ୍ରାପ୍ତ କୃଷି ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କର ୮୦ ବର୍ଷ ବୟଷରେ ମୃତ୍ୟୁ ହୋଇଥିଲା । ତାଙ୍କର ଦଶାହ କର୍ମ ଥିଲା ବୁଧବାର । ମଙ୍ଗଳବାର ପୁତୁରା ରଞ୍ଜିତ ଜେନା(୪୪) ହଠାତ୍ ଅସୁସ୍ଥ ହୋଇପଡିଲେ । ପରିବାର ଲୋକେ ଚିକିତ୍ସା ନିମେନ୍ତେ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜିତଙ୍କର ବୁଧବାର ଛାୟା ଖେଳିଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରଞ୍ଜିତ ଜଣେ ଉଦୟମାନ ଓ ପରୋପକାରୀ ଯୁବକ ଥିଲେ । ଲୁହଭରା ଆଖିରେ ପରିବାର ଲୋକେ ଏବଂ ଗ୍ରାମବାସୀ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି ।