ବଡ଼ବୋର୍ସିଂ ବିବେକାନନ୍ଦ ଶିଶୁ ଶିକ୍ଷ୍ୟା କେନ୍ଦ୍ରର ଚତୁର୍ଥ ବାର୍ଷିକ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ): ବେଲଗୁଣ୍ଠା ବ୍ଳକ୍ ବଡ଼ବୋର୍ସିଂ ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷ୍ୟା କେନ୍ଦ୍ରର ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ଶରତଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ବାର୍ଷିକ ଉତ୍ସବ ଶିଶୁ ମାନଙ୍କର ପ୍ରତିଭା ବିକାଶ ପାଇଁ ଏକ ବଡ଼ ମାଧ୍ୟମ ବୋଲି ପ୍ରକାଶ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, ସମିତିସଭ୍ୟା ମମତା ଭୋଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ବାର୍ଷିକ ବିବରଣୀ ପଥ କରିଥିଲେ I ଏହି ଅବସରରେ ବିଭିନ୍ନ ଶୈକ୍ଷିକ ଏବଂ ସହଶୈକ୍ଷିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଆକର୍ଷଣୀୟ ଥିଲା I ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମା ଏବଂ କର୍ମଚାରୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ