ବଡ଼ମାଧପୁର ପଂଚାୟତରେ ବିଜେଡି ର କରୋନା ଜନ ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର,(ଦେବଦତ୍ତ ମହାରଣା): ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଓ ମୋ ପରିବାର ଆନୁକୂଲ୍ୟରେ ନିର୍ବାଚନ ମଣ୍ଡଳୀର ବଡ଼ମାଧପୁର ପଂଚାୟତ ରେ କରୋନା ଜନ ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରେ ଛତ୍ରପୁର ବ୍ଲକ ଅଧକ୍ଷ ଏମ . ଧନଞ୍ଜୟ ରେଡୀ,ଜିଲ୍ଲାପରିଷଦ ସଭ୍ୟ ଏସ. କିଶୋର ରେଡ୍ଡୀ ଓ ବଡ଼ମାଧପୁର ସରପଞ୍ଚ ଶରତ ଚନ୍ଦ୍ର ଖୁଣ୍ଟିଆ ଙ୍କ ସମେତ ଦଳୀୟ ନେତା ଓ କର୍ମୀ ସାମିଲ ହୋଇ ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନତା କରିଛନ୍ତି l ଏହା ସହ ଘର କୁ ଘର ଯାଇ ଲୋକଙ୍କୁ ମାସ୍କ ବାଣ୍ଟିଥିଲେ l