ବଡ଼ସାହି ବ୍ଲକରେ ପ୍ରଥମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି
ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକର ଦୁର୍ଗାପୁର ପଞ୍ଚାୟତ ସଭା ଗୃହରେପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣିରେ ବଡ଼ସାହି ବ୍ଲକର ବିଡ଼ିଓ ବନଜା ଦାସ।ବଡ଼ସାହି ତହସିଲ ଦାର ପତି ତପାବନ୍ ଦେବତା ବଡ଼ସାହି ଡାକ୍ତର ଖାନାର ମୁଖ୍ୟ ଡାକ୍ତର ସୁକାନ୍ତ ପାତ୍ର ଆସିଷ୍ଟାଣ୍ଟ ଇଞ୍ଜିନିୟର ରବି ନାରାୟଣ ପୁଥାଳ ସାମାଜିକ ସୁରକ୍ଷା ଅଫିସର ସାର୍ଣ୍ଣା ସୋରେନ ଦୁର୍ଗାପୁର ସରପଂଚ ସବିତା ଟୁଡୁ ଦୁର୍ଗା ପୁର ଆର୍ ଆଇ ଅରୁଣ ମହାଳିକ ମଙ୍ଗଳ ଅଧିକାରିଣୀ ବାସନ୍ତୀ ସିଂ ଉଦ୍ୟାନ କୃଷି ବିଭାଗ ରୁ ଦେବ ପ୍ରକାଶ ଯୋଗାଣ ଅଧିକାରିଣୀ ହରିପ୍ରୀୟା ସାହୁ ଜି ପି ଓ ଅବିନାଶ ପଣ୍ଡା ତଥା ବ୍ଲକର ବହୁ ଉଚ୍ଚ ପଦସ୍ତ ଅଫିସର ଉପସ୍ଥିତ ରହି ଅଭିଯୋଗ ଶୁଣି ଥିଲେ । ଆବାସ ଯୋଜନାର୪୩ ଟି ଅଭିଯୋଗ ରେଶନ ସମ୍ବନ୍ଧୀୟ ୨ଟି ବ୍ୟକ୍ତିଗତ ୨ଟି କାର୍ଯ୍ୟ ସମ୍ବନ୍ଧିତ।୧୦ଟି ପିଇ ବା ପାଣି ୨ଟି ପାଇଖାନା ୨ ଜବ କାର୍ଡ ୨ ସୁଭଦ୍ରା ଯୋଜନା ୩ଅନ୍ୟାନ୍ୟ ୨ ସର୍ବ ମୋଟ ୭୦ ଟି ଅଭିଯୋଗ ଗ୍ରହଣ କରାଇ ଥିଲା କେତେକ ଅଭିଯୋଗ ତୁରନ୍ତ ସେଇ ଠାରେ ହିଁ ସମାଧାନ କରା ଯାଇ ଥିଲା