ବଡ଼ ଅଘଟଣ ରୁ ଅଳ୍ପକେ ରକ୍ଷା ପାଇଗଲେ ଲୋକେ
କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ) ଜୟପାଟଣା ଉମାଶାଙ୍କର ଉଚ୍ଚ ବିଦ୍ୟାଳୟ ସମ୍ନାଠାରେ ଜୟପାଟଣା ସରପଞ୍ଚ ଙ୍କ ଶଳାର ବିବାହ ଭୋଜିରେ ଲାଗିଥିବା ଟେଣ୍ଟରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ।ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ନିଆଁ ଲଗାଇଥିବା ସନ୍ଧେହ।ସୂଚନା ଅନୁସାରେ ଗତ କଳାହାଣ୍ଡି ଉତ୍ସବରେ କିଛି ଲୋକଙ୍କ ସହ ସରପଞ୍ଚ ଙ୍କ ଶଳାଙ୍କ ବଚସା ହୋଇଥିଲା।ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆଗକୁ କଣ ହେବ ତାହା ଦେଖିବାକୁ ବାକି ରହିଲା