ବଡ଼ ଠାକୁରଙ୍କ ରଥ ତାଳଧ୍ୱଜ

ସନ୍ତୋଷ କୁମାର ଦାଶ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାବେଳେ ରଥ ଖଳା ରେ ତିନି ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି। ଆଜି ଆସନ୍ତୁ ଜାଣିବା ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ତାଳଧ୍ଵଜ ରଥ ସମ୍ପର୍କ ରେ। ତାଳଧ୍ୱଜ ରଥ ର ଅନ୍ୟ ନାମ ଲଙ୍ଗଳ ଧ୍ୱଜ ରଥ। ଏହି ରଥ ରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ସହ ରାମକୃଷ୍ଣ ମଧ୍ଯ ବିଜେ କରିଥାନ୍ତି।ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥ ର ଉଚ୍ଚତା ୪୫ ଫୁଟ ଅଟେ ।ଏହି ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ। ରଥ ଦଧିନଉତି ର ନାମ ହିରଣ୍ମୟୀ । ସାରଥି ଙ୍କ ନାମ ଦାରୁକ । ରଥର ଦଉଡ଼ି ର ନାମ ବାସୁକୀ ଅଟେ।
ପରମ୍ପରା ମୁତାବକ କଳା ରଙ୍ଗର ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ ନାମକ ଚାରୋଟି ଘୋଡ଼ା ତାଳଧ୍ଵଜ ରଥ ରେ ସଂଯୁକ୍ତ କରାଯାଇଥାଏ। ରଥ ର ଧ୍ୱଜା ରେ ଲକ୍ଷ୍ମୀ ନୃସିଂହ ସ୍ଥାନ ପାଇଥାନ୍ତି। ତାଳଧ୍ୱଜ ରଥ କୁ ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟ ରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତ ବାସୁଦେବ ପ୍ରମୁଖ ପାର୍ଶ୍ୱ ଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି । ସବୁଠାରୁ ଉଲ୍ଲେଖନୀୟ
ହେଉଛି ଯେ ,ବିଜେ କାହାଳୀ ବାଜିବା ପରେ ପ୍ରଥମେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ତାଳଧ୍ଵଜ ରଥ ଟଣା ଯାଇଥାଏ। ଜୟ ଶ୍ରୀ ବଳଭଦ୍ର ବଡ଼ ଠାକୁର।।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ