ବଡ଼ ଧରଣର ଆକ୍ରମଣ କରିବାକୁ ଜୈଶର ଯୋଜନା: ଗୁଇନ୍ଦା ସୂଚନା

ନୂଆଦିଲ୍ଲୀ: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭାରତରେ ପୁଣି ଏକ ଆକ୍ରମଣ କରିବାକୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ଯୋଜନା କରୁଛି। ଏ ସମ୍ପର୍କରେ ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛି। ଗତ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆକ୍ରମଣଠାରୁ ବଡ଼ ଧରଣର ଏବଂ ଶକ୍ତିଶାଳୀ ଆକ୍ରମଣ ଘଟାଇବାକୁ ଜୈଶ ଯୋଜନା ଚଳାଇଛି। ଏହି ଆକ୍ରମଣରେ ୫୦୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରିବାକୁ ଜୈଶ ଯୋଜନା କରୁଥିବା ସୂଚନା ମିଳିଛି। ଗତ ୧୬ ଏବଂ ୧୭ ତାରିଖରେ ଏ ନେଇ ଜୈଶ ସଦସ୍ୟ ଏବଂ ପାକିସ୍ତାନୀ ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିବା ଗୁଇନ୍ଦାକୁ ତଥ୍ୟ ମିଳିଛି। ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନା ସତର୍କ ହୋଇଛି।

ଅନ୍ୟପଟେ ଗୁଇନ୍ଦା ସୂଚନା ମିଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଚିଠିରେ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ