ବଡ଼ ଧରଣର ଡକାୟତ ଯୋଜନା ପଣ୍ଡ : ୧୪ ଜଣଙ୍କୁ କାବୁ କଲା ଭଞ୍ଜନଗର ପୁଲିସ

ଭଂଜନଗର, (ସନ୍ତୋଷ କୁମାର ଜେନା) :-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ କୁ ମିଳିଛି ବଡ଼ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ ୧୪ ଜଣଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ମଧ୍ୟରେ 7 ଜଣ ନାବାଳକ ରହିଥିବା ପୁଲିସ ପ୍ରକାଶ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ୩୧ଟି ମୋବାଇଲ ଫୋନ,ଗୋଟିଏ ଲ୍ୟାପଟପ,୨ ଟି ଜୀବନ୍ତ ବୋମା,୩ଟି ଖଣ୍ଡା, ମରଣାସ୍ତ୍ର ପାଇଁ ବ୍ୟବହୃତ ଲୁହା ରଡ଼,୨ ଟି ମୋଟର ସାଇକଲକୁ ଜବତ କରିଛି ପୁଲିସ । ଏସ ଡି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସୂଚନା ପ୍ରକାରେ ଗତ କାଲି ରାତିରେ ପୋଲିସ ପେଟ୍ରୋଲିଙ୍ଗ ସମୟ ରେ ଭଞ୍ଜନଗର- ଫୁଲବାଣୀ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ କିଛି ବ୍ୟକ୍ତି ଡକାୟତ ଯୋଜନା କରୁଥିବା ଖବର ପାଇଥିଲେ।ଏହାପରେ ଏସ ଆଇ କେଶବ ଷଡ଼ଙ୍ଗୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ l ସେଠାରୁ ୧୦ ଜଣଙ୍କୁ ଧରିଥିବା ବେଳେ ପରେ ଆଉ ୪ ଜଣଙ୍କୁ କାବୁ କରିଥିଲେ । ଭଞ୍ଜନଗର ଓ ଆଖପାଖ ଅଂଚଳ ର କିଛି ଡକାୟତି ଚୋରି ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ସହ ବହୁ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ପୁଲିସ ପ୍ରକାଶ କରିଛି l ଘଟଣା ର ତଦନ୍ତ ପରେ ଗିରଫ ହୋଇଥିବା ୭ ଜଣକୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି। ଏଥିସହ ନାବାଳକ ମାନଙ୍କୁ ଯୁଭେନାଇଲ କୋର୍ଟ ପଠା ଯାଇଥିବା ଥାନା ଅଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ