ବଡ଼ ପଙ୍କଳବାଡି ପଞ୍ଚାୟତରେ ବିଜେଡ଼ିର ମିଶ୍ରଣ ପର୍ବ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବ୍ଲକ୍ ଅନ୍ତର୍ଗତ ବଡ଼ ପଙ୍କଳବାଡି ପଞ୍ଚାୟତରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବରେ ବଡ଼ ପଙ୍କଳବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବେହେରା ଓ ସମିତି ସଭ୍ୟ ସୁବାଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଶ୍ୱଜିତ୍ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ସାହୁ, ପ୍ରଫୁଲ୍ଲ ବିଶ୍ଵାଳଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ବିଜେପି ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ନେଇ ସମ୍ପାଦକ ଅଶୋକ କୁମାର ବିଷୋୟୀ ସୂଚନା ପ୍ରଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନୀତି ଓ ଆଦର୍ଶ ଏବଂ ବିଧାୟକ ବାବୁଲି ଭାଇଙ୍କ ଅଞ୍ଚଳର ବିକାଶଧାରାରେ ଆକୃଷ୍ଟ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ନେଇ ନବାଗତ ନେତା ଓ କର୍ମୀ ପ୍ରକାଶ କରିଥିଲେ । ଦଳରେ ଯୋଗଦାନ କରିଥିବା ନବାଗତ କର୍ମୀଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ଉପଢ଼ୌକନ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ଲୋଚନ ପ୍ରଧାନ ଓ ଲଡୁ କିଶୋର ଦଳେଇ ଙ୍କ ଉଦ୍ୟମ ଏହି ମିଶ୍ରଣ ପର୍ବରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ୍ ଅଧ୍ୟକ୍ଷ ବଳରାମ ସେଠୀ, ଉପଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ସ୍ଥାନୀୟ ସମିତି ସଭ୍ୟ ପ୍ରତିନିଧି ସଞ୍ଜୟ କୁମାର ପ୍ରଧାନ, ପୁର୍ବତନ ବ୍ଲକ୍ ଉପାଧ୍ୟକ୍ଷ ରତ୍ନାକର ସ୍ୱାଇଁଙ୍କ ସମେତ ବହୁ ଲୋକ ପ୍ରତିନିଧୀ, କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ