ବଡ ଦିନ ପାଇଁ ଅନୁଷ୍ଠିତ ହେଲା ଶାନ୍ତି କମିଟି ବୈଠକ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ସଭାଗୃହଠାରେ ଆଗାମୀ ବଡ଼ଦିନକୁ ଦୃଷ୍ଟିରେ ରଖି ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫିରିଙ୍ଗିଆ ତହସିଲଦାର ପୁନମ ରାଉତ, ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସହ ଫିରିଙ୍ଗିଆ ପାଣ କୂଳ ସମାଜ ସଭାପତି ଚନ୍ଦ୍ରମୋହନ ନାଏକ, ଶାନ୍ତି ସଦ୍‍ଭାବନା କମିଟି ଫିରିଙ୍ଗିଆ ବ୍ଲକର ସଭାପତି ପାଷ୍ଟର ପାଉଳ ଦିଗାଳ, ପାଷ୍ଟର ଜହନ ଦିଗାଳ, କୁଇ ସମାଜ ସଭାପତି ରାଜେନ୍ଦ୍ର କହଁର, ପବିଙ୍ଗିଆ ଚର୍ଚ୍ଚ ପାଷ୍ଟର ମାନୁଏଲ୍‍ ଦିଗାଳଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ସଭାପତି ସମ୍ପାଦକମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଆଗାମୀ ବଡ ଦିନକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ସହ କୋଭିଡ଼ ନିୟମକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। ଚଳିତ ବର୍ଷ କୋଭିଡ଼୍‍ କଟକଣା ଯୋଗୁଁ ବଡ଼ ଦିନକୁ ଘରେ ଘରେ ପାଳନ ପାଇଁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ