ବଡ ଧରଣର ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ରାକେଟର ପର୍ଦାଫାସ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ବଡ ଧରଣର ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ରାକେଟର ପର୍ଦାଫାସ କରିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ପୁଲିସ। ସୂଚନା ଅନୁସାରେ ଭୁବନେଶ୍ୱରରୁ ଟାଟା ଅଭିମୁଖେ ଯାଉଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥ ତାରାକୋଟି ଛକରେ ବିପୁଳ ପରିମାଣର ଗଞ୍ଜେଇ ସହ ପିକଅପଭ୍ୟାନ ଜବତ କରିଛି ପୁଲିସ। ବିହାର ରାଜ୍ୟର ଦୁଇ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଛି ବେତନଟୀ ପୋଲିସ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ କୁଇଣ୍ଟାଲ ୪୭ କେଜି ଗଞ୍ଜେଇ ଜବତ କରିବା ସହ ଥାନାରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଅଧିକ ହେବ।


