ବଡ ଧରଣର ରେଡ୍ ୨ ଲକ୍ଷ ଲିଟର ଦେଶୀ ମହୁଲି ମଦ ସହ ୩୫୦୦ ଲିଟର ସ୍ପିରିଟ, ଦୁଇଟି ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ଜବତ୍
ଖଲିକୋଟ,(ବାପୁନି କୁମାର ମାଲୁ):ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଥିବା ମଦ ପ୍ରସ୍ତୁତି ଉପରେ ରୋକ୍ ଲଗାଇବା ଲାଗି ଅଣ୍ଟା ଭିଡିଛି ଗଞ୍ଜାମ ପୋଲିସ, ଗଞ୍ଜାମ ଏସ୍ ପି ସୁଭେନ୍ଦୁ ପାତ୍ରଙ୍କ ନେତୃତ୍ବରେ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ପୁର୍ବ ପ୍ରସ୍ତୁତି ମୁତାବକ ଖଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲି ଠାରେ ହଟାତ ଛାପା ମାରିଛି, ରାତି ୩ଟା ବଡ଼ୀଭୋର ସମୟରୁ ଖଲ୍ଲିକୋଟ ଥାନା ବାଦପଲ୍ଲୀ ପଂଚାୟତର ୭ରୁ ଉର୍ଦ୍ଧ ଗାଁରେ ପୋଲିସର ଚଢାଉ ବେଳେ ୨ ଲକ୍ଷ ଲିଟର ମଦ ପୋଚକୁ ନଷ୍ଟ କରିଛି ପୁଲିସ, ଏଥିସହ ବିପୁଳ ପରିମାଣର ମଦ ତିଆରି ସରଞ୍ଜାମ ଓ ଦୁଇଟି ଦେଶି ବନ୍ଧୁକ ସହ ଧନୁ ସର ଓ ୩୫୦୦ ଲିଟର ସ୍ପିରିଟ ସମେତ ୮୫୦ଟି ଡ୍ରମକୁ ଜବତ୍ କରିଛି ଗଞ୍ଜାମ ପୋଲିସ୍, ଉକ୍ତ ଗ୍ରାମରେ ଛପା ମାରି ୧୩ ବସ୍ତା ମହୁଲ ଜବତ କରିବl ସହ ୨୦ ଜଣ ଆଦିବାସୀ ମହିଳା ଓ ପୁରୁଷଙ୍କୁ ଅଟକ ରଖିଛି ପୋଲିସ୍, ଉକ୍ତ ଚଢ଼ାଉରେ ୧୫ ପ୍ଲାଟୁନ ପୋଲିସ ସହ ୧୫ ଜଣ ଆଇ .ଆଇ.ସି, ୩ ଜଣ ଡି. ଏସ୍. ପି, ୩ ଜଣ ଅତିରିକ୍ତ ଏସ. ପିଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାର ଶତାଧିକ ପୋଲିସ ଅଧିକାରୀ ଅଂଶ ଗ୍ରହଣ କରିଥିଲେ, ବାଦପାଲୀ ପଞ୍ଚାୟତର କମାର ସିଂ, ଛକା ସିଂ, ମାରେଇ ନୂଆଁ ଗାଁ, ନୂଆଁ ପଲ୍ଲୀ, ଦେବିଝର ଓ ଗୁଣ୍ଡୁରି ପଲି ପ୍ରଭୁତି ଅଂଚଳରେ ଛାପା ମାରି ବେଆଇନ୍ ଦେଶୀ ଭାଟିକୁ ଭାଙ୍ଗିଥିଲା ପୋଲିସ୍, ରେଡ ପରେ ଅଂଚଳରେ ଉତ୍ୟକ୍ତ ଆଦବାସୀ ସେମାନଙ୍କ କୌଳିକ ବୃତ୍ତିକୁ ବନ୍ଦ କରିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ, ବର୍ତ୍ତମାନ ସୁଦ୍ଧା ଆଦିବାସୀ ଅଞ୍ଚଳରେ ପୋଲିସର ଚଢ଼ାଉକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି.