ବଡ ଭଉଣୀ କୁ ଟକର ଦେବ ସାନ ଭଉଣୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ଏଥର ନିର୍ବାଚନ ମଇଦାନରେ ଅଛନ୍ତି। କିନ୍ତୁ ଦୁହେଁ ଗୋଟିଏ ଦଳରୁ ନିର୍ବାଚନ ଲଢୁନାହାନ୍ତି। ଏମାନଙ୍କ ମଧ୍ୟରୁ ହେମାନନ୍ଦଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳର ଟିକେଟରେ ସୁନ୍ଦରଗଡ଼ (ସଂରକ୍ଷିତ) ଆସନରୁ ଲୋକସଭା ନିର୍ବାଚନ ଲଢୁଛନ୍ତି

ଅପରପକ୍ଷରେ ହେମାନନ୍ଦଙ୍କ ସାନ ଝିଅ ଅମିତା ବିଶ୍ୱାଳ କଂଗ୍ରେସ ଟିକେଟରେ ସୁନ୍ଦରଗଡ (ସଂରକ୍ଷିତ) ଆସନରୁ ବିଧାନସଭା ନିର୍ବାଚନରେ ଲଢୁଛନ୍ତି। ବଡ ଭଉଣୀ ବିଜେଡି ଓ ସାନ ଭଉଣୀ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ହେତୁ ଏଥର ରୋଚକ ଲଢେଇ ଦେଖିବାକୁ ମିଳିବ। ଅମିତା ବିଶ୍ୱାଳ ଓ ସୁନୀତା ବିଶ୍ୱାଳ ଦୁହେଁ ଗୃହିଣୀ। ଆଗରୁ ଏ ଦୁହେଁ କେବେ ବି କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ