ବଡ ମେଡିକାଲକୁ ମୃତ୍ୟୁପରେ ମହୀୟସୀ ମହିଳା ଇପାରୀ ରାଜେଶ୍ୱରୀଙ୍କ ଶରୀର ଦାନ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ବ୍ରହ୍ମପୁର ସହରର ମୀନାଖି ନଗର ୩ୟ ଲାଇନ ନିବାସୀ ଇପରୀ ଲଷ୍ମୀକାନ୍ତଙ୍କ ମା ଇପରୀ ରାଜେଶ୍ୱରୀ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ପୁଅ ଲଷ୍ମୀ କାନ୍ତ ମା’ଙ୍କ ମର ଶରୀରକୁ ଦାହ ନକରି ଭଲକାମରେ ଲାଗିବାପାଇଁ ଅର୍ଥାତ ଡାକ୍ତରୀ ଛାତ୍ର/ଛାତ୍ରୀ ମାନଙ୍କ ପାଠ ପଢ଼ାରେ ଓ ବିଭିନ୍ନ
ଗବେଷଣାରେ ନିୟୋଜିତ କରିବା ଉଦ୍ଦେଶ୍ୟରେ ମେଡିକାଲକୁ ଦାନ କରିବାପାଇଁ ସ୍ବେଚ୍ଛାକୃତଭାବେ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବକୁ ଜଣାଇ ଥିଲେ, ଉଲ୍ଲେଖ ଯୋଗ୍ୟ ଯେ ଲଷ୍ମୀକାନ୍ତ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପୂର୍ବତନ ସଭାପତି ଓ ସେ ୧୦୮ ଥର ରକ୍ତଦାନ କରି ସୁନାମ ଅର୍ଜନ କରିଛନ୍ତି ଓ ଜନହିତକର କାର୍ଯ୍ୟକ୍ରମ କରିବା ପାଇଁ ସେ ପ୍ରେରଣାର ଉତ୍ସ । ନିଜ ଘରଠାରୁ ଶହ ଶହ ବନ୍ଧୁ ବାନ୍ଧବ ବାଇକ ରାଲ୍ଲୀରେ ପହଞ୍ଚି ରାଜେସ୍ବରୀଙ୍କ ମର ଶରୀରକୁ ଏମକେସିଜି ମେଡିକାଲ କଲେଜର ଆନାଟାମି ବିଭାଗର ମୂଖ୍ୟ ପ୍ରଫେସର ଜେ. ସାଗର ପୃଷ୍ଟି ଓ ଡ଼ା. ରଶ୍ମିରଣୀ ପ୍ରଧାନଙ୍କୁ ରାତି ୧୦ ଘଣ୍ଟା ସମୟରେ ହସ୍ତାନ୍ତର କରାଯାଇଥିଲା, ହସ୍ତାନ୍ତର ସମୟରେ ପୁତ୍ର ଲଷ୍ମୀ କାନ୍ତ, ବୋହୁ ଇ. ଲଷ୍ମୀ, ନାତୁଣୀ ସୁଧୀଖ୍ୟା, ଝିଅ ଇ. ସଂଗୀତା, ଜ୍ୱାଇଁ ନରେଶ ପ୍ରସାଦ ପାତ୍ର, ନାତି ଅୟୁସମାନ ପାତ୍ର, ଭାଇ ଡାକ୍ତର ଭି. ଚକ୍ରଧର ରାଜୁ, ଭି. ସତ୍ୟନାରାୟଣ ରାଜୁ, ଇ. କିରଣ କୁମାର, ଟି. କ୍ରୀଷ୍ଣା, ନୀଳ ମାଧବ, ଏସବନ୍ତ ରାଓ, ସିଂହରାଜ ପାତ୍ର, ସେଲିଂ ଖାଁ, ଅଚ୍ୟୁତ ବସାଡ଼ି, ଶ୍ରବଣ କୁମାର ସାହୁ, କ୍ରୀଷ୍ଣା ପାତ୍ର, କେଟେରେର ସଂଘର ସଭାପତି ଭି. ହରି ପ୍ରସାଦ, ଉପସଭାପତି ଲଷ୍ମୀକାନ୍ତ ସମ୍ପାଦକ ଚିତ୍ର ମୋହନ ପାଣିଗ୍ରାହୀ ଓ ବନ୍ଧୁ ବାନ୍ଧବ ଇପସ୍ଥିତ ଥିଲେ, ଏମକେସିଜିକୁ ଏହା ୩୪ ତମ ଶରୀର ଦାନ ବୋଲି ରାଜେଶ୍ୱରୀଙ୍କ ନିକଟ ସମ୍ପର୍କୀୟ ପ୍ରଫେସର ସାଗର ପୃଷ୍ଟି ଜଣାଇଥିଲେ। ପ୍ରତି ୧୦ ଜଣ ଡାକ୍ତରୀ ଛାତ୍ର/ଛାତ୍ରୀଙ୍କ ପାଇଁ ପ୍ରତିବର୍ଷ ଗୋଟିଏ ମୃତ ଶରୀର ଦରକାର ହେଉଥିବା ଜଣାଇଥିଲେ। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଓ ମାନବ ବାଦୀ ହେତୁବାଦୀ ସଂଗଠନ ଅନ୍ୟ ସ୍ବେଛାସେବୀ ସଂଗଠନ ଏହିକାର୍ଯ୍ୟକୁ ସୁଗମ କରିଥିବା ଜଣାଇଥିଲେ ଓ ବହୁ ସଂଖ୍ୟାରେ ଶରୀର ଦାନପରି ମହନୀୟ କାର୍ଯ୍ୟପାଇଁ ସର୍ବସାଧାରଣଙ୍କୁ ନିବେଦନ କରିଥିଲେ। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଶରୀର ଦାନ ପ୍ରଜେକ୍ଟର ଅଧ୍ୟକ୍ଷ ତଥା ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ. ନନ୍ଦେଷୁ ସେନାପତି, ସଭାପତି ସତ୍ୟକାମ୍ ପାତ୍ର, ପୂର୍ବତନ ସଭାପତି ଜମ୍ମୁଲା ସୁରେଶ, ଇ. ଟି. ରାଓ, କେ. ପୁରୁଷୋତ୍ତମ କୁମାର ସୁବୁଦ୍ଧି, ଭି.ଭେଙ୍କଟ ରତ୍ନମ ରାଜୁ, ଇଂଜିନିଅର ପ୍ରଶାନ୍ତ କୁମାର ପାତ୍ର, ଏମ୍. ବିଦ୍ୟାଶଗର ସମ୍ପାଦକ ପ୍ରବୀଣ କୁମାର, ଇପରୀ ଶିବପ୍ରସଦ, ଇ. ସ୍ବର୍ଣ୍ଣାଲତା ଓ ମାନବବାଦୀ, ହେତୁବାଦୀ ସଂଗଠନର ସଭାପତି ଇ. ଟି. ରାଓ, ଡି. ମୋହନ ରାଓ, ଭାଲଚନ୍ଦ୍ର ଷଡଙ୍ଗୀ, ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ