ବଢିବ ସୁନାଦର

ନୂଆଦିଲ୍ଲୀ : ଆଗାମୀ ୧ ବର୍ଷ ମଧ୍ୟରେ ଭାରତରେ ସୁନାଦର ବଢିବ। ୧୦ ଗ୍ରାମ ପିଛା ସୁନା ୬୦ ହଜାର ଟପିବାର ସମ୍ଭାବନା ରହିଛି । ଆମେରିକାର ପ୍ରସିଦ୍ଧ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସାକ୍ସର ତଥ୍ୟ ଅନୁସାରେ ଆଗାମୀ ୧୨ ମାସ ମଧ୍ୟରେ ବିଶ୍ୱ ବଜାରରେ ସୁନାଦର ଆଉନ୍ସ ପିଛା ୨ ହଜାର ଡଲାର ଛୁଇଁବ । ସେହିପରି ଆଗାମୀ ୬ ମାସ ମଧ୍ୟରେ ସୁନାଦର ଆଉନ୍ସ ପିଛା ୧୯୦୦ ଡଲାର ଛୁଇଁବ । କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୀତିରେ ଅସ୍ଥିରତା ଓ ମାନ୍ଦାବସ୍ଥା ଦେଖାଦେଇଛି । ଏହା ସହିତ ଡଲାର ମଧ୍ୟ ଦୁର୍ବଳ ହୋଇଚାଲିଛି । ଏଥିଯୋଗୁଁ ନିବେଶକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି । ଏହା ଫଳରେ ଆଗାମୀ ଦିନରେ ସୁନା ଦର ଆହୁରି ବଢିଚାଲିବ । ଭାରତ ନିଜ ସୁନା ଆବଶ୍ୟକତାର ପ୍ରାୟ ୯୦ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ଆସନ୍ତା ବର୍ଷ ସୁଦ୍ଧା ସୁନାଦର ଯଦି ୨ ହଜାର ଡଲାର ଛୁଇଁବ ତେବେ ଭାରତରେ ତାହା ୧୦ ଗ୍ରାମ ପିଛା ୬୦ ହଜାର ଟପିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଶନିବାର ଦିନ ସୁନାଦର ୧୦ ଗ୍ରାମ ପିଛା ୪୭ ହଜାର ୪୫୦ ଟଙ୍କା ଛୁଇଁଛି । ଏବେ ଅନ୍ତର୍ଜାତୀୟ ବଜାରରେ ସୁନାଦର ଗତ ୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସ୍ପଟ୍‌ ବଜାରରେ ସୁନା ଆଉନ୍ସ ପିଛା ୧.୫ ପ୍ରତିଶତ ବୃଦ୍ଧି ପାଇ ୧୭୩୧ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୧୭.୪୯ ଗ୍ରାମ । ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବା ଫଳରେ ମଧ୍ୟରେ ସୁନାଦର ବୃଦ୍ଧି ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ