ବଢିଲା ବସ ଭଡ଼ା

ଭୁବନେଶ୍ବର : ତୈଳଦର ବୃଦ୍ଧି ପାଇବା ସହିତ ସମାନ୍ତରାଳ ଭାବେ ବସ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମଙ୍ଗଳବାରୁ ସରକାର ବସ୍‌ଭଡା ବଢାଇବାର ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ ଭଡ଼ା କି.ମି ପିଛା ୩ ପଇସା ବଢିଛି । ସାଧାରଣ ବସରେ କିମି ପିଛା ୬୭ ପଇସା ଥିଲା ଯାହାକି ୭୦ ପଇସା ହୋଇଯାଇଛି । ସେହିଭଳି ଏକ୍ସପ୍ରେସ ଭଡା ଥିଲା ୭୦ ଯାହାକି ୭୩ ପଇସାରେ ପହଁଚିଛି। ଏତଦ୍ ବ୍ୟତୀତ ଡିଲକ୍ସ କି.ମି ପିଛା ଥିଲା ୯୫ ପଇସା ଯାହାକି ୧ ଟଙ୍କା ଏକ ପଇସାକୁ ବୃଦ୍ଧି ପାଇଛି ଏବଂ ଏସି ଡିଲକ୍ସ ୧.୧୭ଟଙ୍କାରୁ ବୃଦ୍ଧି ପାଇ ୧.୨୩ ଟଙ୍କାରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ