ବଢୁଛି ଗ୍ରୀଷ୍ମର ପ୍ରକୋପ : ପରିବା ଦର ଆକାଶ ଛୁଆଁ
ହିଂଜିଳିକାଟୁ, (ଶେଷଦେବ ସାହୁ): ଚୈତ୍ର ମାସ ପରେ ପରେ ଧରା ପୃଷ୍ଟରେ ଅବତୀଣ୍ଣ ହୋଇଛି ବୈଶାଖ ମାସର ଗ୍ରୀଷ୍ମର ପ୍ରକୋପ । ସହରରେ ତାପାତ୍ରା ୪୦ଂ ଉପରେ ରହୁଥିବା ବେଳେ ବଜାରରେ ପରିବା ଦର ଆକାଶ ଛୁଆଁ ରହିଛି । ଯଦ୍ୱାର ଗ୍ରାହକଙ୍କୁ ବେଶ ବାଧୁଛି । ବଜାରକୁ ଯାଇ ପରିବା ଦର ବୁଝିଲା ବେଳକୁ ଦେହରେ ଶିହରଣ ଖେଳିଯାଉଛି । ୪୦ ଟଙ୍କା ଦର ତଳକୁ କୌଣସି ପ୍ରକାରର ପରିବା ବଜାରରେ ମିଳିବା କଷ୍ଟକର ହୋଇପଡ଼ିଛି । ପରିବା ଦର ଅଧିକ ହେଲେ ମଧ୍ୟ ସତେଜ ପରିବା ବିଳିବା କଷ୍ଟ । ଗାଂମ ଜିଲ୍ଲାର ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ସିକିରି, ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ଆଲପୁର, ଖରିଡ଼ା, ଶାସନ ଆମ୍ବଗାଁ ଅଂଚଳରୁ ବହୁ ପରିମାଣରେ ପରିବା ଆମଦାନି କରାଯାଇ ଗଂଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଂଚଳକୁ ସବୁଜ ପନିପରିବା ରପ୍ତାନି କରାଯାଉଥିବା ବେଳେ ବର୍ତମାନ ସମୟରେ ପରିବା ଅମଳ ନଥିବାରୁ ଧିରେ ଧିରେ ପରିବା ଦର ବୃଦ୍ଧି ପାଉଥିବା ନେଇ ବହୁ ବ୍ୟବସାୟୀ ମତ ପ୍ରକାଶ କରିଛନ୍ତି । ଆବଶ୍ୟକତା ଠାରୁ ବହୁ କମ୍ ପରିମାଣରେ ବଜାରକୁ ପରିବା ଆସୁଛି । ଯାହା ଫଳରେ ପରିବା ଦର କିଛି ଦିନ ହେଲା ଧିରେ ଧିରେ ବଢିବାରେ ଲାଗିଛି ବୋଲି ବହୁ ବ୍ୟବସାୟୀ କହିଛନ୍ତି ।ହୋଲସେଲ ଓ ଖୁଚୁରା ବ୍ୟବସାୟ ମଧ୍ୟ ମାନ୍ଦା ପଡ଼ିଛି । ପୁଣି ବଜାରକୁ ଆବଶ୍ୟକତା ଅନୁସାରେ ପରିବା ଆସିବାକୁ ଅପେକ୍ଷା କରିଛି । ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ସିକିରି, ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ଆଲପୁର, ଖରିଡ଼ା, ଶାସନ ଆମ୍ବଗାଁ ଅଂଚଳରୁ ଚାଷୀ ମାନେ ନିଜର ଉତ୍ପାଦିତ ପରିବାକୁ ତୋଳି ଆଣି ହିଂଜିଳିକାଟୁ ବଜାରକୁ ଆଣିବା ପରେ ପାଲି ବାଲା ମାନେ ପରିବା ଚାଷୀଙ୍କ ଠାରୁ କିଣି ଗଂଜାମ ଜିଲ୍ଲାର ବିଭିନ୍ନ ଅଂଚଳକୁ ରପ୍ତାନି କରିଥାନ୍ତି ।ଯାହା ଫଳରେ ପ୍ରତ୍ୟେହ ସକାଳ ୬ ଟା ଠାରୁ ୧୦ ଟା ପର୍ଯ୍ୟନ୍ତ ସ୍ଥାନୀୟ ପରିବା ବଜାର ମଧ୍ୟରେ ଗହଳି ଚହଳି ଲାଗି ରହିଥାଏ । ହେଲେ ବର୍ତମାନ ସମୟରେ ଅଧିକ ପରିମାଣରେ ପରିବା ଅମଳ ହେଉନଥିବାରୁ ସ୍ଥାନୀୟ ପରିବା ବଜାରରେ ଆଉ ପୂର୍ବପରି ଭିଡ ଼ଦେଖିବାକୁ ମିଳୁନାହିଁ । ଆବଶ୍ୟକତା ଅନୁଯାୟୀ ପରିବା ଆସୁନଥିବାରୁ ଦର ବୃଦ୍ଧି ହୋଇଛି ଏବଂ ଗ୍ରାହକ ଅଧିକ ଦର ଦେଇ ପରିବା କିଣିବାକୁ ପ୍ରସ୍ତୁତ ନୁହନ୍ତି । ବର୍ତମାନ ସମୟରେ କନ୍ଧମାଳ ଅଂଚଳରୁ ବିନ୍ସ୍ ସ୍ଥାନୀୟ ବଜାରକୁ ଆସିଥାଏ । ଯାହାବି ଅଦିକ ମାଂସାଳିଆ ନୁହଁ । ଭଲ ରକମର ବିନ୍ସ୍ କିଲୋ ପିଛା ଶହେ ଯଙ୍କାରେ ବିକ୍ରି ହେଉଥିବା ବେଳେ କାଠି ପ୍ରଜାତିର ବିନ୍ସ୍ କିଲୋ ପିଛା ୫୦ ରୁ ୬୦ ଟଙ୍କାରେ ବିକ୍ରି କରାଯଉଥିବାର ଦେଖିବାକୁ ମିଳୁଛି । ବଜାରକୁ ଦେଶୀ କାଙ୍କଡ଼ ଆସିନଥିବା ବେଳେ ବଡ଼ କାଙ୍କଡ଼ କିଲୋ ପିଛା ପ୍ରାୟ ୮୦ ଟଙ୍କାରେ ବିକ୍ରି ହେଉଛି । ସେହିପରି କଂଚା କଦଳୀ ଗୋଟାକୁ ୧୦ ଯଭ୍କା, ସିମଲା ମରିଚ କିଲୋ ପିଛା ଶହେ ଟଙ୍କା , ବାଇଗଣ ୪୦ ଟଙ୍କା, କୁନ୍ଦୁରି ୪୦ ଟଙ୍କା, ଭେଣ୍ଡି ୩୦ ଟଙ୍କା, ଟମାଟ ୪୦ ଟଙ୍କା, ଜହ୍ନି ୩୦ ରୁ ୩୫ ଟଙ୍କା, ବୋଇତାଳୁ ୩୦ ଟଙ୍କା ଲାଉ ୩୦ ଟଙ୍କା, ଆଳୁ କିଲୋ ୧୨ ରୁ ୧୪ ଟଙ୍କା, ପିଆଜ ୧୬ ଟଙ୍କା, ପଣସ କିଲୋ ୨୫ ରୁ ୩୦ ଟଙ୍କାରେ ବିକ୍ରି ହେୁଥିବାର ଦେଖିବାକୁ ମିଳୁଛି । ଗ୍ରାହକ ଏକ କିଲୋ ଜାଗାରେ ୨୫୦ ଗ୍ରାମ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି । ତେଲ ଲୁଣର ସଂସାର ଚଲାଉଥିବା ଗରିବ ଟିଏ ପରିବା କିଣିବା ମୁସ୍କିଲ ହୋଇପଡ଼ୁଛି । ଆଶାଢ ମାସ ବେଳକୁ ଗ୍ରୀଷ୍ମର ପ୍ରକୋପ କମିବା ପରେ ସ୍ଥାନୀୟ ଅଂଚଳରେ ପରିବା ଅଧିକ ପରିମାଣରେ ଅମଳ ହେବା ପରେ ପରିବା ଦର ହ୍ରାସ ପାଇବ ବୋଲି ବହୁ ବ୍ୟବସାୟୀ କହିଛନ୍ତି ।