ବଢୁଛି ଧଳା ଜହର ବେପାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ବିଭିନ୍ନ ନିଶା କବଳରେ ଗ୍ରାମାଞ୍ଚଳର ଯୁବଗୋଷ୍ଠୀ। ଗଞ୍ଜେଇ ଠାରୁ ଆରମ୍ଭ କରି ମଦ, ଚରସ ଓ ବ୍ରାଉନସୁଗାର ଭଳି ମାରାତ୍ମକ ନିଶା ଖାଇ ଯୁବକ ମାନେ ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏପରିକି ସାମାଜିକ ବିଶୃଙ୍ଖଳା ମଧ୍ୟ ଦିନକୁ ଦିନ ବୃଦ୍ଧି ହେଉଥିବା ଦେଖାଯାଉଛି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ଥାନା ଛତାବର ଠାରୁ ଆଖୁଆପଦା ଯାଏଁ ବେଆଇନ ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ରାଜପଥ ପାର୍ଶ୍ୱ ଗାଁ ଗୁଡିକରେ ବ୍ୟାପକ ଭାବେ ମଦ ଗଞ୍ଜେଇ ବିକ୍ରି ହେଉଥିବା ବେଳେ ସଞ୍ଜ ନଇଁଲେ ବ୍ରାଉନସୁଗାର ଓ ଚରସ ଭଳି ନିଶାଦ୍ରବ୍ୟ ଯୁବ ଗୋଷ୍ଠୀଙ୍କ ପାଖରେ ପହଞ୍ଚି ଯାଉଛି। ଭଦ୍ରକ ଚରମ୍ପା ଅଞ୍ଚଳରୁ କିଛି ମାଫିଆ ମୋଟର ସାଇକେଲରେ ଧଳା ଜହରକୁ ଆଣି ପୁରିପଡା, ଡାହାଲା ଓ ଛତାବର ଠାରେ ଦୈନନ୍ଦିନ ବିକ୍ରୟ କରୁଛନ୍ତି। ଅଞ୍ଚଳର ୨୦ରୁ ୪୦ବର୍ଷୀୟ ଯୁବକ ଏହି ମାରାତ୍ମକ ନିଶା କବଳରେ ପଡି ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ନିଶା ପାଇଁ ପରିବାରରେ ଦୈନନ୍ଦିନ ଅଶାନ୍ତି ଦେଖା ଦେଉଥିବା ବେଳେ କେତେକ ଜାଗାରେ ଗଣ୍ଡଗୋଳ ଘଟି ମଧ୍ୟ ଘଟଣା ଥାନା ଯାଏଁ ଆସୁଛି। ଏଭଳି ଖୁଲୁମଖୁଲା ନିଶା ବେପାର ହେଲେ ଆଗକୁ ଲୋକେ ବିଭିନ୍ନ ମାରାତ୍ମକ ରୋଗରେ ଶିକାର ହେବା ସହିତ ସାମାଜିକ ବିଶୃଙ୍ଖଳା ମଧ୍ୟ ବୃଦ୍ଧି ପାଇବ ଏଥିରେ ସନ୍ଦେହ ନାହିଁ। ତେଣୁ ଏହା ଉପରେ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ