ବଢୁଛି ନିର୍ବାଚନୀ ଉଷ୍ମତା : ଭୋଟ ସଂକେତ ଧରି ଗାଁ ଗାଁ ବୁଲୁଛନ୍ତି ପ୍ରାର୍ଥୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତ ଅଂଚଳରେ ଏବେ ନିର୍ବଚନୀ ପ୍ରଚାରରେ ଉଷ୍ମତା ଦେଖାଯାଉଛି । ପ୍ରାର୍ଥୀଙ୍କ ସହିତ ବଡ଼ବଡ଼ ନେତା ମାନେ ପ୍ରଚାରରେ ସାମିଲ ହେଉଥିବା ବେଳେ ନିର୍ବାଚନୀ ଭୋଟ ସଂକେତ ମଧ୍ୟ ଗାଁ ଗାଁ ରେ ବୁଲୁଛି । ଏହି ପରିପ୍ରେକ୍ଷୀରେ ବନ୍ଦାଳୋ-ମଢ଼ିଆଳି ପଂଚାୟତ ଖପୁରିଆପଦା କାଳୀ ମଣ୍ଡପ ଠାରେ ଆଜି ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ସବିତା ସାହୁ ଓ ସମିତିସଭ୍ୟା ପ୍ରାର୍ଥୀନୀ କବିତା ସେଠୀ ନିର୍ବାଚନୀ ସଂକେତ ସହିତ ପୂଜାର୍ଚ୍ଚନା କରି ସାରିବା ପରେ ତୃତୀୟ ପର୍ଯ୍ୟାୟ ପ୍ରଚାର ଆରମ୍ଭ କରିଛନ୍ତି । ସରପଞ୍ଚ ପ୍ରାର୍ଥୀନୀ ଲଙ୍ଗଳ ଓ ସମିତିସଭ୍ୟା ପ୍ରାର୍ଥୀନୀ କେଟିଲ ଧରି ପଞ୍ଚାୟତର ବିଭିନ୍ନ ଗାଁ କୁ ଗାଁ ବୁଲି ପ୍ରଚାର କରୁଛନ୍ତି। ତାଙ୍କ ସହିତ ମଣ୍ଡଳ ସଭାପତି ପ୍ରଫୁଲ ସାହୁ ଓ ଅନ୍ୟ କର୍ମୀ ମାନେ ସାମିଲ ହୋଇଛନ୍ତି । ସେହିଭଳି ୨୨ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ୱରାଜ ମହାପାତ୍ର, ନାଆମୀ ପଂଚାୟତ ସରପଞ୍ଚ ପ୍ରାର୍ଥୀନୀ ବୈଦେହୀ ଜେନା, ସମିତି ସଦସ୍ୟ ପ୍ରାର୍ଥୀ ପ୍ରଦୀପ ପାଢ଼ୀଙ୍କ ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ ଓ ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର ପ୍ରଚାର ମଇଦାନକୁ ଓଲ୍ହାଇଛନ୍ତି । ଉକ୍ତ ପଞ୍ଚାୟତରେ ବିଜେଡି ସମର୍ଥନରେ ପ୍ରାର୍ଥୀ ହୋଇଥିବା କୁମୁଦିନୀ ଜେନା, ସମିତି ସଭ୍ୟ ପ୍ରାର୍ଥୀ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ଅନ୍ୟତମ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀ ସସ୍ମିତା ସେଠି ଓ ସମିତିସଭ୍ୟ ପ୍ରାର୍ଥୀ ସନ୍ତୋଷ ନାୟକ ପ୍ରଚାରକୁ ଜୋରଦାର କରିଛନ୍ତି । ପାଟୁଳି ଠାରେ ମଧ୍ୟ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପୁର୍ଣ୍ଣପ୍ରଭା ଦାସ ଓ ସମିତିସଭ୍ୟ ପ୍ରାର୍ଥୀ ଗୁରୁପ୍ରସାଦ ଗିରି ପ୍ରଚାର କରୁଥିବା ବେଳେ ନେରଡ଼ା ଠାରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଦେବଦାସୀ ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ରାଜେଶ କୁମାର ଜେନା ଗାଁ କୁ ଗାଁ ବୁଲି ପ୍ରଚାର କରିବା ସହ ଭୋଟ ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ