ବଢୁଛି ହୀରାକୁଦ ବନ୍ଧ ର ଜଳସ୍ତର
ଯୁଗାବ୍ଦ ନ୍ୟୁଜ -ଖୁବଶୀଘ୍ର ହିରାକୁଦ ର ଜଳସ୍ତର ୬୦୦ ଫୁଟ ଛୁଇଁବ । ୭୨ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାର ହୀରାକୁଦ ଜଳଭଣ୍ଡାର ଜଳ ସ୍ତର ବୃଦ୍ଦି ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଶନିବାର ସନ୍ଧ୍ୟା ସୁଧା ହିରାକୁଦ ଜଳସ୍ତରର ୫୯୯. ୩୨ ଫୁଟ ରହିଛି । ଜଳଭଣ୍ଡାର ମଧ୍ୟ କୁ ପ୍ରତି ସେକେଣ୍ଡ ରେ ୨୮୦୬୬ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ବଡ ଏବଂ ଛୋଟ କେନାଲ ମଧ୍ୟ ଦେଇ ୧୩୧୭୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ପାୱାର ଚ୍ୟାନେଲ ଦେଇ ୯୬୮୧ କ୍ୟୁସେକ ବରଗଡ ୩୦୭୫ କ୍ୟୁସେକ ଶାସନକେନାଲ ଦେଇ ୩୦୦ କ୍ୟୁସେକ ଓ ସମ୍ବଲପୁର ଡ୍ରିଷ୍ଟ୍ରିବ୍ୟୁଟେରୀରେ ୪୯ କ୍ୟୁସେକ ଜଳ ଛଡା ଯାଇଛି । ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୨୧.୮୮ ମିମି ଓ ତଳ ମୁଣ୍ଡରେ ୩୭.୩୦ ମି ବର୍ଷା ରେକର୍ଡ ହୋଇଥିବା କଥା ପାଣିପାଗ ବିଭାଗ କହିଛି ।


