ବଣଜଙ୍ଗଲ ଘେରା ଦୁର୍ଗମ ଅଂଚଳରେ ସବିତାଙ୍କ ମାଗଣାରେ ୫୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ସବୁଠାରୁ ପଛୁଆ ଶତକଡା ୮୦ ଭାଗ ଆଦିବାସୀ ଅଧ୍ୟୁଷିତ ବଣ ,ନଦୀ,ନାଳ ଘେରା ବିଜାତଳା ବ୍ଲକର ଦୁର୍ଗମ ସରଗଡା ଅଂଚଳରେ ମା’ତାରିଣି ସ୍ବୟଂ ସହାୟିକା ଗୋଷ୍ଠୀର ସମାଜସେବୀକା ସବିତା ମହାନ୍ତ ୫୦୦ରୁ ଉର୍ଦ୍ଧ୍ବ ମାସ୍କ ନିରିହ ଗରୀବ ଆଦିବାସୀ ଭାଇଭଉଣୀଙ୍କୁ ନିଜ ସିଲେଇ ମେସିନରେ ମାସ୍କ ତିଆରି କରି ପିନ୍ଧାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ମହାମାରୀ କରୋନାକୁ ନେଇ ସମସ୍ତେ ଚିନ୍ତିତ । ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ବଣ ଜଙ୍ଗଲ ମଧ୍ୟରେ ରହୁଥିବା ଲୋକେ ସାଂସ୍କୃତିକ କ’ଣ ବୁଝନ୍ତି? ବଜାରରେ ମା଼ସ୍କ ମଧ୍ୟ ମିଳୁନି ।ଯଦି ମିଳୁଛି ଚଢା ଦରରେ ମିଳୁଛି ।ବଣ ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀ କେଉଁଠାରୁ ଟଙ୍କା ପାଇବ ମାସ୍କ କିଣିବାକୁ? ଏଭଳି ଦୟନୀୟ ଅବସ୍ଥାରେ ଆଦିବାସୀ ଭାଇଭଉଣୀଙ୍କ ପାଇଁ ହୃଦୟ କାନ୍ଦି ଉଠିଛି ସବିତା ଦିଦିଙ୍କର । ଯେମିତି ହେଉ କରୋନାରୁ ନିଜ ଅଂଚଳର ଅସେଚତନ ଆଦିବାସୀଙ୍କୁ ମାସ୍କ ପିନ୍ଧାଇବେ। ତେଣୁ ସେ ନିଜ ସଂଚିତ ଅର୍ଥରୁ କପଡା କିଣି ନିଜ ସିଲାଇ ମେସିନ୍ ରେ ମାସ୍କ ସିଲେଇ କରି ଗାଁ କୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇ ସାଂସ୍କୃତିକ ମାଗଣାରେ ପିନ୍ଧାଇ ଦେଉଛନ୍ତି ।ତାଙ୍କରି ସାମାଜିକ ସେବାରେ ଖୁସି ହୋଇ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ଏବଂ ଯୁବ ସମାଜସେବୀ ଗଣେଶ ମିଶ୍ର ସବିତା ଦିଦିଙ୍କୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କର ସମାଜସେବା କାର୍ଯ୍ୟକୁ ଅଂଚଳବାସି ପ୍ରଶଂସିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ