ବଣବୁଲାପଲ୍ଲୀ ଗ୍ରାମରେ ସମ୍ବର୍ଦ୍ଧନା ,ଉଦଘାଟନୀ ସମାରୋହ

ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ବଣବୁଲାପଲ୍ଲୀ ଗ୍ରାମବାସୀ ପକ୍ଷରୁ ଆଜି ସମ୍ବର୍ଦ୍ଧନା ଓ ଉଦଘାଟନୀ ଉତ୍ସବ ମହାଆଡମ୍ବର ସହକାରେ ଅନୁÂିତ ହୋଇଯାଇଛି । ଗ୍ରାମ ପରିସରରେ ଏକ ଆଧୁନିକ ଧରଣର କଲ୍ୟାଣ ମଣ୍ଡପର ଭି୍ତ୍ତି ପ୍ରସ୍ତର ସ୍ଥାପନ ସହିତ ଚାଷୀମାନଙ୍କ ହିତ ପାଇଁ ୭ଲକ୍ଷ୩୫ହଜାର ଟଙ୍କାବ୍ୟୟରେ ଏକ ଧାନ ଖଳା ମଧ୍ୟ ଉଦଘାଟିତ ହୋଇଯାଇଛି । ଏହି ଦୁଇଟି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ. ପ୍ରଦୀପ କୁମାର ପାଣିଗ୍ରାହି, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ, ସମିତିସଭ୍ୟା ଅର୍ଚ୍ଚନା ପ୍ରଧାନ, ଯୁବ ବିଜୁଜନତାଦଳର ଜିଲ୍ଲା ସଭାପତି ଏନ୍.ଧନଞ୍ଜୟ ରାଓ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲାସଭାପତି ପ୍ରଶାନ୍ତ କୁମାର ପଣ୍ଡା, କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ, ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ଯୁବନେତା ସୁଶାନ୍ତ କୁମାର ସାହୁ, ଡିଲେଶ୍ୱର ରେଡ୍ଡୀ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜଟିଆ ନାହାକ, କାଳିଆ ନାହାକ, ଉମା ରେଡ୍ଡୀ, ଶ୍ରୀକାନ୍ତ ମହାନ୍ତି, ଗ୍ରାମ୍ୟକମିଟିର ସିଏଚ୍.ଜନାର୍ଦ୍ଧନ ରେଡ୍ଡୀ, ଆର୍.ସନ୍ତୋଷ ରେଡ୍ଡୀ, ସିଏଚ୍. ମନୋଜ ରେଡ୍ଡୀ, ଏନ୍.କାମରାଜୁ ରେଡ୍ଡୀ, ମନୋଜ କୁମାର ସାହୁଙ୍କ ସମେତ ବହୁ ଗ୍ରାମବାସୀ , ମହିଳା, ଏବଂ ଯୁବକ ମାନେ ଉପସ୍ଥିତ ଥିଲେ । ପରେ ଗ୍ରାମ ମଝିରେ ଏକ ସମ୍ବର୍ଦ୍ଧନା ସଭା ସିଏଚ୍.ଜନାର୍ଦ୍ଧନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ଏଥିରେ ନବ ନିର୍ବାଚିତ ବ୍ରହ୍ମପୁର ସାଂସଦ, ଗୋପାଳପୁର ବିଧାୟକ, ଛତ୍ରପୁର ବିଧାୟକ ଏବଂ ଜନ ପ୍ରତିନିଧୀ ମାନଙ୍କୁ ଗ୍ରାମବାସୀ ପକ୍ଷରୁ ଉପଢୈକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲାା ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଥିବା ସାଂସଦ, ଗୋପାଳପୁର ଓ ଛତ୍ରପୁର ବିଧାୟକ କହିଥିଲେ ଯେ ଏହି ଗାଁକୁ ଆମେ ଆଗରୁ ଯାହା ପ୍ରତିଶୃତି ଦେଇଥିଲୁ । ତାହା କରୁଛୁ ଏବଂ ଆଗକୁ ଗାଁର ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟ କରାଯିବ । ଗାଁ ଏକତା ରହି ସମସ୍ତ କାର୍ଯ୍ୟ କରିଲେ ଗାାଁର ସମସ୍ତ ପ୍ରକାର ବିକାଶ ହେବ ବୋଲି ସମସ୍ତେ କହିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ କାମରେ ବିଶ୍ୱାସ କରନ୍ତି କଥାରେ ନୁହେଁ ବୋଲି ଅତିଥୀ ମାନେ କହିଥିଲେ । ଶେଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ଆର.ସନ୍ତୋଷ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଗାଁ ମୁଣ୍ଡରୁ ବ୍ରହ୍ମପୁର ସାଂସଦ, ଗୋପାଳପୁର ବିଧାୟକ ଓ ଛତ୍ରପୁର ବିଧାୟକଙ୍କୁ ଘଣ୍ଟ ମୃଦଙ୍ଗ ସହ ଶଙ୍ଖ ଓ ହୁଳହୁଳି, ଦେଇ ଶତାଧିକ ମହିଳା ଓ ପୁରୁଷ ମାନେ ପାଛୋଟି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ