ବଣରୁ ଯୁବକର ମୃତ ଦେହ ଉଦ୍ଧାର
ଭୂବନେଶ୍ୱର , ( ଯୁଗାବ୍ଦ ନ୍ୟୁଜ୍) : ଭୂବନେଶ୍ୱର ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ନିକଟସ୍ଥ ଏଜ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଛି । ମୃତକ ଯୁବକ ଜଣଙ୍କ ପରିଚୟ ନୟାଗଡ ଜିଲ୍ଲା କଣ୍ଟୋଲି ଅଂଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡିଛି । ଖବର ପାଇ ନୟାପଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । କୃଷି ଉଦ୍ୟାନ ସିଡିରେ ରକ୍ତର ଦାଗ ଲାଗିଥିବାରୁ ତାଙ୍କୁ କେହି ଦୁର୍ବୁତ୍ତ ଅତି ନିର୍ମମ ଭାବେ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେଇଥିବା ଜଣାପଡିଛି । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


