ବଣିକସଂଘର ପ୍ରାକ୍ତନ ସଭାପତିଙ୍କ ବିୟୋଗରେ ଶୋକ ସଭା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ବଣିକ ସଂଘର ପୂର୍ବତନ ସଭାପତି ସ୍ୱପ୍ନେଶ୍ୱର ପଣ୍ଡାଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବଣିକ ସଂଘର ଉପଦେଷ୍ଟା ପ୍ରିତିକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସାମଲ, ନୃସିଂହ ଚରଣ ସାମଲ, ସଂଜତ କୁମାର ସାମଲ, ରାମଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ବଜାର କମିଟି ସଭାପତି କମଳାକାନ୍ତ ସାମଲ, ଚନ୍ଦ୍ର ଶେଖର ଦତ୍ତ, କାଶିନାଥ ପରିଡା, ନିଶିକାନ୍ତ ସୂତାର, ଦୁର୍ଯ୍ୟୋଧନ ଦାସ, ଶ୍ୟାମସୁନ୍ଦର ଦାସ, ଧିରେନ୍ଦ୍ର ନାୟକ, ଗଣେଶ କୁଅଁର, ସୁଦାମ ଦାସ ପ୍ରମୁଖ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ବରିଷ୍ଠ ସଦସ୍ୟ ତଥା ଖବରଦାତା ରାଜେନ୍ଦ୍ର ଶତପଥି ଶ୍ରଦ୍ଧାଞ୍ଜଳୀ ସଭାକୁ ପରିଚାଳନା କରିଥିବାବେଳେ ଅଶୋକ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ