ବଣୁଆ ଶୈବ ପୀଠରେ ବାବା ଯୋଗେଶ୍ୱରଙ୍କ ଶିବ ରାତ୍ରି ପାଳିତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସଦରବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତ ବଣୁଆ ଗ୍ରାମରେ ପୁରାତନ କାଳରୁ ଆବିର୍ଭାବ ହୋଇଥିବା ବାବା ଯୋଗେଶ୍ୱରଙ୍କ ପିଠରେ ଶିବ ରାତ୍ରି ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ପୂଜକ ମଦନ ମୋହନ ମିଶ୍ର, ରଜତ କୁମାର ମିଶ୍ର ଓ ସାଥିଙ୍କ ଦ୍ଵାରା ପୂଜା କାର୍ଯ୍ୟ ଯଥାବିଧି ଅନୁଷ୍ଠିତ ହୋଇଥିବାବେଳେ ସକାଳ ସକାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କୋଠ ତହସିଲଦାର ସନ୍ତୋଷ କୁମାର ମିଶ୍ର ଓ ଗ୍ରାମର ଉତ୍ସାହୀ ଯୁବକଙ୍କ ଦ୍ଵାରା ଭକ୍ତଙ୍କ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ରାତ୍ରରେ ମହାଦୀପ ଉଠିଥିଲା। ଏହି ଉତ୍ସବରେ ଆଖପାଖ ଅଂଚଳର ବହୁ ଭକ୍ତ ସାମିଲ ହୋଇ ବାବା ଭୋଳାନାଥଙ୍କ ଆଶୀର୍ବାଦ ଲାଭ କରିଥିବାବେଳେ ବ୍ୟୟଜ୍ୟେଷ୍ଠ ବ୍ୟକ୍ତିଙ୍କ ଦ୍ଵାରା ଭକ୍ତଙ୍କ ନିମନ୍ତେ ଶିବଙ୍କ ୭ଫୁଟର ଫାଉଟେନ ଉତ୍ସର୍ଗୀକୃତ କରାଯାଇଥିଲା । ଏହି ପବିତ୍ର ଉତ୍ସବ ନିମନ୍ତେ ସଂଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ