ବଦଳିଗଲେଣି ଅକ୍ଷୟ ଖାନ୍ନା
ଏକଦା ବଲିଉଡ୍ର ଚକୋଲେଟ୍ ହିରୋ ଥିବା ତଥା ବେବୋ (କରିନା କପୁର ଖାନ୍)ଙ୍କ କ୍ରଶ୍ ଅକ୍ଷୟ ଖନ୍ନା ବହୁତ ବଦଳିଗଲେଣି । କଥାଟି ଆମେ କହୁନାହୁଁ । ଏପରି କିଛି ଚର୍ଚ୍ଚା ତାଙ୍କ ପ୍ରଶଂସକଙ୍କ ଗହଣରେ ହେଉଛି । ତେବେ କିଛି ମାତ୍ରାରେ ଏହା ସତ ମଧ୍ୟୟ କାରଣ ମାତ୍ର ୪୪ ବର୍ଷରେ ତାଙ୍କ ମୁହଁରୁ ବୟସର ଛାପ ସ୍ପଷ୍ଟ ବାରି ହୋଇପଡ଼ୁଛି । ତାଙ୍କ ସମସାମୟିକ ଅନ୍ୟ ନାୟକମାନେ ଏବେ ବି ଫିଟ୍ ଥିବା ବେଳେ ଚଳଚ୍ଚିତ୍ରର ଲିଡ୍ ରୋଲରେ ନଜର ଆସୁଥିବା ବେଳେ ସେ ପୁରାପୁରି ଅନ୍ଫିଟ୍ ଲାଗୁଛନ୍ତି । ଅକ୍ଷୟ ହେଲେ ଖ୍ୟାତନାମା ଅଭିନେତା ବିନୋଦ ଖାନ୍ନାଙ୍କ ପୁଆ ୧୯୯୭ରେ ଫିଲ୍ମ “ହିମାଳୟ ପୁତ୍ର’ରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ପରେ ବର୍ଡର, ତାଲ, ହମରାଜ୍, ହଙ୍ଗାମା, ହଲଚଲ, ରେସ୍, ତିସ୍ ମାର ଖାନ୍, ଦିଲ ·ହତା ହୈ, ୩୬ ·ଇନା ଟାଉନ, ଦହକ, ଦିୱାନଗି, ଢ଼ିଶୁମ୍ ଓ “ମମ୍’ ଭଳି ସୁପରହିଟ୍ ଫିଲ୍ମରେ ସେ କାମ କରିଛନ୍ତି । ସେ ଉଭୟ ନାୟକ ଏବଂ ଖଳନାୟକ ଭୂମିକାରେ ବେଶ ନାମ କମାଇଛନ୍ତି । ଆଗାମୀ ଦିନରେ ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର “ସେକ୍ସନ ୩୭୫’ ରିଲିଜ ହେବାକୁ ଯାଉଛି । ଅକ୍ଷୟଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ, ତେବେ ସେ ଏବେ ବି ଅବିବାହିତ ଅଛନ୍ତି । ସେ ବିବାହ କରିବାକୁ ଇଚ୍ଛା ନ ଥିବା ପ୍ରକାଶ କରିଛନ୍ତି ।