ବଦଳିବ ରାଜ୍ୟ ସ୍ତରୀୟ ପ୍ୟାରେଡର ସ୍ଥାନ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ସ୍ୱାଧିନତା ଦିବସ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ । ଏନେଇ ସୁଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଚଳିତ ବର୍ଷ ରାଜ୍ୟସ୍ତରୀୟ ପ୍ୟାରେଡରେ ଭାଗ ନେବେ ୪ଟି ଗ୍ରୁପ । ଟେରିଟୋରିିଆଲ ଆର୍ମି , ତେଲେଙ୍ଗାନା ପୋଲିସ, ସେଣ୍ଟ୍ରାଲ ଆର୍ମ ପୋଲିସ , ଓଡିଶା ସ୍ପେସାଲ ଆର୍ମଡ ପୋଲିସ ଏଥିରେ ଯୋଗଦେବେ । ଏହି କାର୍ଯ୍ୟପାଇଁ ଭୁବନେଶ୍ୱରର ୩ଟି ସ୍ଥାନ ପରିଦର୍ଶନ କରିଥିଲେ ପୋଲିସ ମହାନିର୍ଦ୍ଦେର୍ଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ଏହି ସ୍ଥାନ ଗୁଡିକ ହେଲା ପ୍ରଦର୍ଶନୀ ପଡିଆ, ଜନତା ମଇଦାନ ,କଳିଙ୍ଗ ଷ୍ଟାଡିୟମ । ଶେଷରେ ପ୍ରଦର୍ଶନୀ ପଡିଆରେ ମୋହର ମାରିଛନ୍ତି ଡିଜିପି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ