ବଦଳିଯିବ ଜିଏସଟି ନିୟମ
ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଜିଏସଟି ନିୟମ ବଳଳିବ। ଯେଉଁ ବ୍ୟବସାୟୀ ଜିଏସଟିଆର-୩ବି ରିଟର୍ଣ୍ଣ ଦୁଇ ମାସ ହେଲା ଦାଖଲ କରିନାହାନ୍ତି ସେମାନେ ଏବେ ଜିଏସଟିଆର-୧ ଯୋଗାଣ ସମ୍ପର୍କରେ ଦାଖଲ କରିପାରିବେ ନାହିଁ। ବ୍ୟବସାୟୀ ଗୋଟିଏ ମାସର ଜିଏସଟି ପରବର୍ତ୍ତୀ ମାସର ୧୧ ଦିନ ମଧ୍ୟରେ ଦାଖଲ କରିବାକୁ ହେବାକୁ ଥିବା ବେଳେ ଜିଏସଟିଆର-୩ବି ଜରିଆରେ ବ୍ୟବସାୟୀ ଟିକସ ପୈଠ କରିଥାଆନ୍ତି। ଏହା ପରିବର୍ତ୍ତୀ ମାସର ୨୦ରୁ ୨୪ ଦିନ ମଧ୍ୟରେ ଦାଖଲ କରିବାକୁ ହୋଇଥାଏ। ଦ୍ରବ୍ୟ ଓ ସେବା ଟିକସ ବା ଜିଏସଟି ପରିଚାଳନା କରୁଥିବା ଜିଏିଟିଏନ ପକ୍ଷରୁ ଟିକସଦାତାଙ୍କୁ ପରାମର୍ଶ ଦିଆଯାଇଛି ଯେ କେନ୍ଦ୍ରୀୟ ଜିଏସଟି ନିୟମର ଦାରା ୫୯(୬) ଯାହା ଜିଏସଟିଆର-୧ ଦାଖଲ କରିବା ଉପରେ କଟକଣା ଜାରି କରିବାର ବ୍ୟବସ୍ଥା ରହିଛି ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ। ଏହି ନିୟମ ପ୍ରକାରେ ରୋଜିଷ୍ଟ୍ରିଭୁକ୍ତ ଜଣେ ବ୍ୟକ୍ତି ଦୁଇମାସ ମଧ୍ୟରେ ଯଦି ଫର୍ମ ଜିଏସଟିଆର-୩ବି ଦାଖଲ କରିନାହାନ୍ତି ତାହାହେଲେ ସେ ତାଙ୍କୁ ଦ୍ରବ୍ୟ ଓ ସେବା କିମ୍ବା ଉଭୟର ବିସ୍ତìତ ବିବରଣୀ ଦାଖଲ କରିବାକୁ ଅନୁମତି ଦିଆଯିବ ନାହିଁ। ସେହିଭଳି ଫର୍ମ ଜିଏସଟିଆର -୩ବି ପ୍ରକାରେ ଯଦି ଟିକଦାତା ଯଦି ରିଟର୍ଣ୍ଣ ଦାଖଲ କରିନଥାଆନ୍ତି ତାହାହେଲେ ତାଙ୍କୁ ଜିଏସଟିଆର ଦାଖଲ କରିବାରେ ବାରଣ କରାଯିବ। ଇୱାଇ ଟିକସ ପାର୍ଟନର ଅଭିଷେକ ଜୈନ କହିଛନ୍ତି ଯେ ଏହି ବ୍ୟବସ୍ଥା ଏହା ଏକ ସୁଚିନ୍ତିତ ବାରଣ ଏବଂ ଆବଶ୍ୟକ ନିୟନ୍ତ୍ରଣ ବ୍ୟବସ୍ଥା। ଯେଉଁ ବ୍ୟବସାୟୀ ତାର ଯୋଗାଣ ସମ୍ପର୍କରେ ମୌଖିକ ଭାବେ ଜିଏିଟିଆର-୧ରେ ଦର୍ଶାଇଥିଲେ ମଧ୍ୟ ଜିଏସଟିୀଆର-୩ ବି ରିଟର୍ଣ୍ଣ ଦାଖଲ କରିନଥାଆନ୍ତି ସେମାନଙ୍କୁ ନିୟନ୍ତ୍ରିତ କରିବା ପାଇଁ ଏହା ଏକ ଭଲ ଉପାୟ।ଏହି ନିୟମ କାର୍ଯ୍ୟକାରୀ ସ୍ୱଂୟଚାଳିତ। ଜିଏସଟି ପୋର୍ଟରାଲରେ ଅଟୋମେଟେଡ ଓ ଡିଜିଟାଲ ପ୍ରକ୍ରିୟାରେ କାର୍ଯ୍ୟକାରୀ ହେବ। ଏଥିପାଇଁ ସ୍ୱତନ୍ତ୍ର ଅନୁମୋଦନର ଆବଶ୍ୟକତା ରହିବ ନାହିଁ।


