ବଦଳିଲା ଛତ୍ରପୁର ରାମକୃଷ୍ଣ ନଗର ପ୍ରଥମ ଗଳି ରାସ୍ତାର ଚିତ୍ର ; ଟ୍ୱିଟ କରି ସୂଚନା ଦେଲେ ଇଓ

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ବହୁ କାର୍ଯ୍ୟ କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପିଲା ମାନଙ୍କ ପାଇଁ ସୁନ୍ଦର ସୁନ୍ଦର ପାର୍କ ଗୁଡିକ ନିର୍ମାଣ କରାଯାଇଛି । ସହରର ବିଭିନ୍ନ ଗଳି କନ୍ଦିରେ ଥିବା ରାସ୍ତା ଗୁଡିକୁ ସଫେଇ କରାଯିବା ସହ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ମାଧ୍ୟମରେ ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଗୁଡିକ କରାଯାଉଛି । ଏହିପରିପ୍ରେକ୍ଷୀରେ ୧୩ ନମ୍ବର ୱାର୍ଡ ସ୍ଥିତ ରାମକୃଷ୍ଣ ନଗର ପ୍ରଥମ ଗଳିର ରାସ୍ତା ଯାହା ଜାତୀୟ ରାଜପଥ ସଂଯୋଗ ହେଉଛି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ଯାତାୟତରେ ଅସୁବିଧା ହେଉଥିଲା । ଏନେଇ ସାହି ବାସିନ୍ଦାଙ୍କ ପକ୍ଷରୁ ଏନଏସି ଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏନଏସି ପକ୍ଷରୁ ତତକ୍ଷଣତ ସେହି ରାସ୍ତାରେ କିଛି ମୋରମ ପକାଇ ଯାତାୟତ ପାଇଁ ସୁବିଧା କରାଯାଇଥିଲ।। ପରେ ମୁକ୍ତା ଯୋଜନା ମାଧ୍ୟମରେ ରାସ୍ତାର ପୁନଃରୁଦ୍ଧାର କରାଯାଇଥିଲା । ଏହି ରାସ୍ତାକୁ ଏବେ ଏକ ସୁନ୍ଦର ରାସ୍ତା ରେ ପରିଣତ କରାଯାଇଛି । ଯାହା ଫଳରେ ସାହିବାସିନ୍ଦାମାନେ ଉପକୃତ ହେବା ସହିତ ସେହି ବାଟଦେଇ ଯାତାୟତ କରୁଥିବା ବାଟେଇ ମାନଙ୍କ ନିମନ୍ତେ ଏହା ସୁବିଧା ହୋଇପାରିଲ।। । ଏନେଇ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ . ଗଣେଷ ବାବୁ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ