ବଦଳିଲେ ଦିଲ୍ଲୀ କମିଶନର ଅମୂଲ୍ୟ ପଟ୍ଟନାୟକ, ଏସଏନ୍ ଶ୍ରୀବାସ୍ତବଙ୍କୁ ମିଳିଲା ଦାୟିତ୍ବ
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ପରେ ଦିଲ୍ଲୀ ପୋଲିସ୍ କମିଶନର ବଦଳିଛନ୍ତି । ଦିଲ୍ଲୀ ପୋଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଦିଲ୍ଲୀର ସ୍ପେଶାଲ୍ କମିଶନର (ଲ ଆଣ୍ଡ ଅର୍ଡର) ଦାୟିତ୍ବରେ ରହିଥିବା ଏସ୍ଏନ୍ ଶ୍ରୀବାସ୍ତବଙ୍କୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ମାର୍ଚ୍ଚ ପହିଲାରୁ ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ ଯୋଗୁଁ ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା। ଅମୂଲ୍ୟ ପଟ୍ଟନାୟକ ଫେବୃଆରୀ ୨୯ ତାରିଖରେ ଅବସର ଗ୍ରହଣ କରିବେ। ସୂଚନାଯୋଗ୍ୟ ଏଜିଏମ୍ୟୁ ୧୯୮୫ ବ୍ୟାଚ୍ର ଅଧିକାରୀ ଡିଜି ଏସ୍ଏନ୍ ଶ୍ରୀବାସ୍ତବ ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ହୋଇଥିବାବେଳେ ଦିଲ୍ଲୀ ହିଂସାକାଣ୍ଡକୁ ଦେଖି ଏସ୍ଏନ୍ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ସ୍ପେଶାଲ୍ କମିଶନର ରୂପେ ନିଯୁକ୍ତ କରାଯାଇଥିଲା। ଏସଏନ୍ ଶ୍ରୀବାସ୍ତବ ଦିଲ୍ଲୀରେ ହୋଇଥିବା ଆଇପିଏଲ୍ ମ୍ୟାଚ୍ ଫିକ୍ସିଂର ପର୍ଦ୍ଦାଫାସ ମଧ୍ୟ କରିଥିଲେ।


