ବଦଳିଲେ ବିବାଦୀୟ ପାରାଦ୍ୱୀପ ପୌର ନିର୍ବାହୀ ଅଧିକାରୀ
ପାରାଦ୍ୱୀପ, (ପିତବାସ ପ୍ରଧାନ):ବହୁବିଦାଦ ପରେ ଶେଷରେ ପାରାଦ୍ୱୀପ ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କ ବଦଳି ହୋଇଛି । ଏସଂପର୍କରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରୀ ହୋଇଥିଲା । ଏହି ନିର୍ଦ୍ଦେଶନାମା ଜାରୀ ହେବା ପରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବୁଧବାର ଦିନ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପାଇବା ପରେ ଶ୍ରୀ ମହାନ୍ତି ପୌର ଯନ୍ତ୍ରୀ ଦୁର୍ଯ୍ୟୋଧନ ପଟେଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଅନ୍ୟାଦେଶ ପର୍ଯ୍ୟନ୍ତ ଶ୍ରୀ ପଟେଲ ପାରାଦ୍ୱୀପ ପୌର ପାଳିକାର ନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇବେ, ପ୍ରକାଶ ଥାଉକି ଗତ ବର୍ଷ କଳିଙ୍ଗ ବାଲିଯାତ୍ରା ଟେଣ୍ଡର ପ୍ରକିୟାରେ ଅନିୟମିତତା ଅଭିଯୋଗ ରେ ପାରାଦ୍ୱୀପ ବିଜେପି ପକ୍ଷରୁ ପୌର ପାଳିକା ଆଗରେ ଦୀର୍ଘ ଆଠଦିନ ଧରି ଅହୋରାତ୍ର ଧାରଣା ଦିଆଯାଇଥିଲା । ପୂର୍ବରୁ ଦୁଇଥର ବଦଳି ଆଦେଶ ପାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇ ନଥିଲା ।