ବଦଳି ପରେବି ଭାରମୁକ୍ତ କରାଯାଉନି

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗରେ ଦୀର୍ଘ ୧୧ବର୍ଷ ଧରି ରହିଥିବା କନିଷ୍ଠ କିରାଣୀଙ୍କ ବଦଳି ପରେବି ତାଙ୍କୁ ଦାୟିତ୍ୱରୁ ଭାରମୁକ୍ତ କରାଯାଉନଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲା ଅବକାରୀ ବିଭାଗରେ ଦୀର୍ଘ ୧୧ବର୍ଷ ଧରି କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରି ଆସୁଥିବା ଦେବବ୍ରତ ବେହେରାଙ୍କୁ ଅବକାରୀ ବିଭାଗ କମିଶନର ଆଦେଶ ନମ୍ବର ୮୯୩୮ ତା୧୮.୧୦.୨୦୧୯ରିଖରେ କେନ୍ଦ୍ରାପଡାରୁ ପୁରୀ ଜିଲ୍ଲାକୁ ବଦଳି କରିଥିବା ବେଳେ ବୈାଦ୍ଧ ଜିଲ୍ଲାରେ ଥିବା ସନ୍ଦିପ କୁମାର ପଟ୍ଟନାୟକଙ୍କୁ କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଅବସ୍ଥାପିତ କରିଛନ୍ତି । କନିଷ୍ଠ କିରାଣୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରାପଡାରେ ପହଁଚି କାର୍ଯ୍ୟରେ ଯୋଗଦାନ ରିପୋର୍ଟ ଦେଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗ ଅଧିକ୍ଷକ କେଉଁ କାରଣ ପାଇଁ ଜିଲ୍ଲାରେ ଦୀର୍ଘ ୧୧ବର୍ଷ ଧରି ରହିଥିବା କିରାଣୀଙ୍କୁ ବିଭାଗୀୟ କମିଶନରଙ୍କ ନିର୍ଦେଶ ସତ୍ୱେ କାର୍ଯ୍ୟରୁ ଭାରମୁକ୍ତ ନକରିବା ଏବଂ ନୂତନ କନିଷ୍ଠ କିରାଣୀଙ୍କ ଯୋଗଦାନକୁ ଗ୍ରହଣ କରୁନାହାଁନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ