ବଦଳି ସତ୍ୱେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ୨/୩ ବର୍ଷ ହେଲା ଗାଦି ମାଡି ବସିଛନ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅଧୀନରେ ଥିବା ଅଧିକାଂଶ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଦୀର୍ଘ ୨/୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗାଦି ମାଡ଼ି ବସିଛନ୍ତି. ଏମାନଙ୍କ ଅନ୍ୟନ୍ତର ବଦଳି ହେବା ସ୍ୱତ୍ୱ ମଧ୍ୟ ଗାଦି ଛାଡ଼ିବାକୁ ଅମଙ୍ଗ ରହି ଅନ୍ୟତ୍ର ଯାଉନଥିବା ଅଭିଯୋଗ ହୋଇଛି. ପତ୍ର ସଂଖ୍ୟା-୧୬୮୫ ଗତ ତା – ୨୯-୦୬-୨୦୨୪ ରିଖରେ ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ବଦଳି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନୂଆଗଡ଼ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର ପତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, ଯଥା ଶୀଘ୍ର ଦାୟିତ୍ୱ ହସ୍ତାନ୍ତର କରିବା ସହ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ। କିନ୍ତୁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶକୁ ଖୋଲା ଅବମାନନା କରୁଥିବା ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି। ଅଧିକାଂଶ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସରକାରଙ୍କ ବିଧି ବ୍ୟବସ୍ଥାକୁ ସଠିକ୍ ଭାବେ ଅନୁପାଳନ କରୁନାହାନ୍ତି। ସରକାରୀ ବଦଳି ନିର୍ଦ୍ଦେଶାବଳୀ ଅନୁଯାୟୀ ସରକାରୀ କର୍ମଚାରୀ ମାନେ ଗୋଟିଏ ସ୍ଥାନରେ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗାଦି ମାଡ଼ି ବସି ରହିପାରେ ନାହିଁ। ସରକାରଙ୍କ ନିୟମ ଅନୁଯାୟୀ ୩ ବର୍ଷ ପରେ ସରକାରୀ କର୍ମଚାରୀଙ୍କୁ ଅନ୍ୟନ୍ତର ବଦଳି କରାଯିବା ପ୍ରାବଧାନ ରହିଛି। ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହିପାରିବେ ନାହିଁ। ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବିସ୍ଥାପିତ ରହିବା ଫଳରେ ବିଶେଷ କରି ବ୍ୟକ୍ତିଗତ ସ୍ୱାର୍ଥ, ସ୍ଥାନୀୟ ରାଜନୀତିରେ ସଂଶ୍ଳିଷ୍ଟ ହୋଇ ଲୋକସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିବା, ଦୁର୍ନୀତି ମାଧ୍ୟମ ହେବା ଭଳି ବହୁ ଅଭିଯୋଗ ଆସିଥାଏ। ପ୍ରାୟତଃ ଏହି ଅଭିଯୋଗ ଗୁଡ଼ିକ ସତ୍ୟ! ଆଗକୁ ଦେଖିବାକୁ ବାକି ରହିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ