ବନଖଣ୍ଡସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର ଆୟୋଜିତ
କରଞ୍ଜିଆ(ଜିତେନ୍ଦ୍ର ରାଜ)ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିକାରୀ ଙ୍କ ସମ୍ମିଳନୀ କକ୍ଷ ଠାରେ ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି
କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏସିଏଫ ପ୍ରଭାତ କୁଅଁର ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତ,ରରୁଆଁ ବିଡ଼ିଓ ପ୍ରେମାନନ୍ଦ ବେହେରା,କରଞ୍ଜିଆ ତହସିଲଦାର ବିଦ୍ୟାଧର ପତି,ରରୁଆଁ ତହସିଲଦାର କୁନ୍ତୀରାଣୀ ନାଏକ, ଶିମିଳିପାଳ ବନ୍ୟଜନ୍ତୁ ଏସିଏଫ ଫାଲଗୁନି ବେହେରା, ପାଞ୍ଚପିଢ଼ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଣତି ବାରିକ ପ୍ରମୁଖ ମଞ୍ଚାସିନ ଥିଲେ ବନଖଣ୍ଡ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଅଗ୍ନିଶମ ବିଭାଗ ଅଧିକାରୀ ଙ୍କ ସହିତ, କରଞ୍ଜିଆ ରେଞ୍ଜ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ,, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଉମାକାନ୍ତ ବେହେରା,ଦୁଧିଆଣି ରେଞ୍ଜ ଅଧିକାରୀ ମହାବୀର ସିଂ ମୁର୍ମୁ , ସମସ୍ତ ଫରେଷ୍ଟର ,ବନବିଭାଗ ର କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ମହିଳା ଯୋଗଦେଇଥିଲେ ଏହିଅବସରରେ ଭିଡିଓ ଚିତ୍ର ମାଧ୍ୟମରେ ଏକ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା
କାର୍ଯ୍ୟକ୍ରମ ରେ ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ ଜଙ୍ଗଲ ନିଆଁ ର ପ୍ରତିକାର ଓ ପରିଚାଳନା ସମ୍ବନ୍ଧରେ ବିଷଦ ଭାବେ ପ୍ରଶିକ୍ଷଣ ଦେଇଥିଲେ
କାର୍ଯ୍ୟକ୍ରମ ରେ ପ୍ରାୟ ୪ ଶହ ଲୋକ ଉପସ୍ଥିତ ଥିଲେ.