ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର

ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା):ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ, ଯଶିପୁର ତରଫରୁ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଙ୍କୁ ଆଦିବାସୀ ନୃତ୍ୟ ର ମାଦଳ ର ତାଳେତାଳେ ସଭାସ୍ଥଳ କୁ ପାଛୋଟି ନିଆଯାଇଥିଲା।ମନ୍ତ୍ରୀ ସହିତ ସ୍ଥାନୀୟ ବିଧାୟିକା ସଂଞ୍ଜଲୀ ମୁର୍ମୁ, ସାଂସଦ ପ୍ରତିନିଧି ସୁଗୁଦା ମୁର୍ମୁ ଙ୍କୁ ମଧ୍ୟ ସ୍ଥାନୀୟ ଜନ ସାଧାରଣ ମଞ୍ଚ ଉପରକୁ ପାଛୋଟି ନେଇଥିଲେ।ବିଧାୟିକା ସଂଞ୍ଜଲୀ ମୁର୍ମୁ ଜଙ୍ଗଲ ରେ ନିଆଁ ନଲଗାଇବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ କିପରି ହେଉଛି ସେ ବାବଦ ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ବୁଝାଇଥିଲେ। ମନ୍ତ୍ରୀ କହିଛନ୍ତି ଏପରିକି ଭାରତବର୍ଷ ରେ କରୋନା ମହାତାଣ୍ଡବ ରଚିଥିବା ବେଳେ ଶିମିଳିପାଳ ରେ ବସବାସ କରୁଥିବା ଲୋକଙ୍କ ମୃତ ସଂଖ୍ୟା ନ କହିଲେ ଚଳେ ବୋଲି କହିଛନ୍ତି।ଜଙ୍ଗଲ ଓ ଜଳ ନଥିଲେ ମାନବ ଜାତି ବଞ୍ଚିବା କଷ୍ଟକର ବୋଲି କହିଛନ୍ତି।ଜଙ୍ଗଲ ରୁ ଗୋଟିଏ ଗଛ କାଟିବା ଅର୍ଥ ୧୦ ଜଣ ମଣିଷଙ୍କ ଜୀବନ ନେବା ସହିତ ସମାନ ବୋଲି କହିଥିଲେ। ସଭାରେ ଉପସ୍ଥିତ ଥିବା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୁନଗୁନି କହିଥିଲେ ଯେଉଁ ଗାଁର ଲୋକ ମାନେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବେ ସେହି ଗ୍ରାମ କୁ ଆଦର୍ଶ ଗ୍ରାମ ଭାବେ ମନ୍ତ୍ରୀ ଙ୍କ ଦ୍ବାରା ପୁରସ୍କୃତ କରାଯିବ। ଆଜି ଏହି ସଚେତନତା ସଭାରେ ନିଜ ଅଞ୍ଚଳ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥିବା ଦୁଇଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। ସେଥିମଧ୍ଯରୁ ବିଶୋଇ ବ୍ଲକ ର ମା ହାଁସଲି ସ୍ବୟଂ ସହାୟିକ ଗୋଷ୍ଠୀ ତଲକବାଦି (ମାଟିଆଳିସାହି) ଓ ବ୍ରାହ୍ମଣ ଗାଁ ପଞ୍ଚାୟତ ତାଳବନ୍ଧ ରେଞ୍ଜର ମା ଗଜଲକ୍ଷ୍ମୀ ସ୍ବୟଂ ସହାୟିକ ଗୋଷ୍ଠୀ ଘାଟ କୁଆଁରୀ କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେଉତ୍ତର ବନଖଣ୍ଡ ଅଧିକାରୀ ସାଇ କିରଣ, ବାରିପଦା (ଡିଏଫଓ) ବନଖଣ୍ଡ ଅଧିକାରୀ ଏ ଉମା ମହେଶ , ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ, ତାଳ ବନ୍ଧ ରେଞ୍ଜର ଶ୍ରୈଳେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମୁର୍ମୁ, ପାର୍ବତୀ ସିଂ ମଞ୍ଚରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଶିବଶଙ୍କର ମୁର୍ମୁ, ତହସିଲଦାର ରଘୁନାଥ ଟୁଡୁ, ଲକ୍ଷ୍ମୀ କାନ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର, ଥାନା ଅଧିକାରୀ ରୋଜାଲିନ ବେହେରା, ବନ କର୍ମଚାରୀ ସହିତ ଅଗ୍ନିଶମ ବିଭାଗ ଉପସ୍ଥିତ ରହି ସହଯୋଗ କରିଥିଲେ।ଏଥିରେ ୫ ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଉପସ୍ଥିତ ଥିବା ବେଳେ ବିଭାଗ ତରଫରୁ ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ କରା ଯାଇଥିବା ଦେଖା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ